31.1 C
Bhubaneswar
Monday, June 2, 2025
Homeଦେଶ ବିଦେଶପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ: ବିଭିନ୍ନ ସ୍ଥାନରେ ବିମାନ ଉଡ଼ାଣ ବନ୍ଦ

ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ: ବିଭିନ୍ନ ସ୍ଥାନରେ ବିମାନ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ପହଲଗାମ୍ ହମଲାର ବଦଲା ନେଇଛି ଭାରତ। ପାକିସ୍ତାନ ଏବଂ ପିଓକରେ ରାତି ଅଧିଆ ହୋଇଛି ଏୟାରଷ୍ଟ୍ରାଇକ୍। ଏହି ଷ୍ଟ୍ରାଇକ ପରେ ଭାରତ ପକ୍ଷରୁ ସମ୍ବେଦନଶୀଳ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ ରଖାଯାଇଛି ।

ବଦଳୁଥିବା ପରିସ୍ଥିତି କାରଣରୁ ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସରକୁ ଉଡ଼ାଣ ବନ୍ଦ କରାଯାଇଛି। ସେହିପରି ଭୁଜ, ଜାମନଗର, ଚଣ୍ଡିଗଡ଼, ରାଜକୋଟକୁ ଉଡ଼ାଣ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରାଯାଇଛି। ଅମୃତସର ଆସିବାକୁ ଥିବା ୨ ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ରହିଛି। ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତ କରିଥିଲା ବଡ଼ ଏୟାରଷ୍ଟ୍ରାଇକ୍ । ପାକ୍ ଅଧିକୃତ କାଶ୍ମୀରରେ କରିଥିଲା ପ୍ରଚଣ୍ଡ ହମଲା। ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଥିଲେ ଭାରତୀୟ ସେନା। ମୋଟ୍ ୯ଟି ସ୍ଥାନକୁ କରାଯାଇଥିଲା ଟାର୍ଗେଟ୍ । ସେନାର ଏହି ଅପରେସନ ନାମ ରଖାଯାଇଥିଲା ‘ସିନ୍ଦୂର’ । ପହଲଗାମ୍‌ରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କୁ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ କଡ଼ା ଗଣ୍ଡା ଜବାବ ଦେଇଥିଲା ଭାରତୀୟ ସେନା ।

ଯେଉଁ ମୁହୂର୍ତ୍ତକୁ ପ୍ରତିଟି ଭାରତୀୟଙ୍କ ଅପେକ୍ଷା ଥିଲା, ସେହି ପହଲଗାମ୍‌ ନରସଂହାରର ପ୍ରତିଶୋଧ ନେଇଛି ଭାରତ । ପହଲଗାମ ବଦଲା ବିରୋଧରେ ଆରମ୍ଭ ହୋଇଛି ଏହି ଅପରେସନ୍ ସିନ୍ଦୁର । ରାତି ଅଧିଆ ମିସାଇଲ୍ ମାଡ଼ କରି ପାକିସ୍ତାନ ଏବଂ ପିଓକରେ ଆଟାକ୍ କରିଛି ସେନା। ହମଲାରେ ସାମିଲ ହୋଇଥିଲେ ୮ ସୁଖୋଇ, ୪ ରାଫେଲ୍। ଏଥିସହ ବ୍ରହ୍ମୋସ ମିସାଇଲ୍ ମାଡ଼ ହୋଇଛି । ମିସାଇଲ୍ ମାଡରେ ଛାରଖାର ହୋଇଛି ଆତଙ୍କବାଦୀଙ୍କ ୯ ଶିବିର । ଏନେଇ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋସିଆଲ୍ ମିଡିଆ ପୋଷ୍ଟରେ ସେନା ପକ୍ଷରୁ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking