30.1 C
Bhubaneswar
Friday, February 13, 2026
Homeଓଡିଶାଯାଜପୁରରେ ଇଣ୍ଡିଆନ ଏକାଡେମୀ ଅପଂ ପେଡିଆଟ୍ରିକ୍ସ ର ଶାଖା ଆରମ୍ଭ

ଯାଜପୁରରେ ଇଣ୍ଡିଆନ ଏକାଡେମୀ ଅପଂ ପେଡିଆଟ୍ରିକ୍ସ ର ଶାଖା ଆରମ୍ଭ

ଯାଜପୁର : ଯାଜପୁରରେ ଇଣ୍ଡିଆନ ଏକାଡେମୀ ଅପଂ ପେଡିଆଟ୍ରିକ୍ସ ର ଶାଖା ଆରମ୍ଭ ହୋଇଛି । ଏକାଡେମୀ ଅପଂ ପେଡିଆଟ୍ରିକ୍ସ, ଯାଜପୁର ଭାବେ ଏହା କାର୍ଯ୍ୟକ୍ଷମ ହେବ ଏବଂ ଏହାର ଅସ୍ଥାୟୀ କାର୍ଯ୍ୟାଳୟ ଲଳିତେଶ୍ବର ନଗର ରେ ଆରମ୍ଭ ହୋଇଛି। ଶିଶୁ ରୋଗ ବିଶେଷଜ୍ଞ ମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ସହିତ ନୂଆ ଉତ୍ପାଦ ସଂପର୍କରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ଏକାଡେମୀ କାର୍ଯ୍ୟକରିବ ବୋଲି ମତ ପ୍ରକାଶ ପାଇଛି। ଏହି ଅବସରରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ମିଳନୀକୁ ଯାଜପୁର ଶାଖାର ନବ ନିଯୁକ୍ତ ସଭାପତି ଡା ପ୍ରସନ୍ନ କୁମାର ସାହୁ ସଭାପତିତ୍ବ କରିଥିଲେ। ଏହି ସମ୍ମିଳନୀରେ ଇଣ୍ଡିଆନ ଏକାଡେମୀ ଅପଂ ପେଡିଆଟ୍ରିକ୍ସ ର ଓଡିଶା ସଭାପତି ଡା ବିଜୟ କୁମାର ଭୁୟାଁ, ଯାଜପୁର ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଶିବାଶିଷ ମହାରଣା,ବରିଷ୍ଠ କର୍ଣ୍ଣ ନାଶା ଓ ଗଳା ବିଶେଷଜ୍ଞ ଡା କ୍ଷିରୋଦ ଚନ୍ଦ୍ର ମହାନ୍ତି, ଯାଜପୁର ଶାଖାର ଉପସଭାପତି ଡା ରବିନ୍ଦ୍ର କୁମାର ନନ୍ଦ,ସାଧାରଣ ସଂପାଦକ ଡା ସୁପ୍ରକାଶ ଶତପଥି ଯୋଗ ଦେଇ ଏହି ଏକାଡେମୀ ର ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏହି ଏକାଡେମୀ ମାଧ୍ୟମରେ ଶିଶୁମାନଙ୍କର ବିଭିନ୍ନ ପ୍ରକାର ରୋଗ ଓ ଏହାର ନିରାକରଣ ଓ ସେମାନଙ୍କୁ ରୋଗମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ସଚେତନତା ଶିବିର ଆୟୋଜନ କରାଯିବ। ଏଥି ସହିତ ସ୍ତନ୍ୟପାନ ଦିବସରେ ମା ମାନଙ୍କୁ ଶିଶୁମାନଙ୍କୁ ସ୍ତନ୍ୟ ପାନ ସମ୍ବନ୍ଧୀୟ ଜ୍ଞାନ, ଶିଶୁମାନଙ୍କୁ ଅଧିକ ଔଷଧ ସେବନ ମୁକ୍ତ ରଖିବା ପ୍ରଭୃତି ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରିବା କ୍ଷେତ୍ରରେ ଏକାଡେମି କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଥିଲା। ଏହି ଉଦ୍‌ଘାଟନୀ ଉତ୍ସବରେ ବରିଷ୍ଠ ଡାକ୍ତର କାର୍ତ୍ତୀକ ଚନ୍ଦ୍ର ରାଉତ, ସୁରେନ୍ଦ୍ର ଶତପଥି, ଡ଼ା. ରାଜକିଶୋର ପଣ୍ଡା, ଡ଼ା. ନିମାଇଁ ଚରଣ ରାୟ ପ୍ରମୁଖ ବରିଷ୍ଠ ଚିକିତ୍ସକ ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking