20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଟେଷ୍ଟ ସିରିଜ ଜିତିଲା ଭାରତ

ଟେଷ୍ଟ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟରେ ବିଜୟୀ ହୋଇଛି ଭାରତ। ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଶେଷ ହେବା ପରେ ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତ ପଞ୍ଚମ ଦିନ ମଙ୍ଗଳବାରରେ ଏହାକୁ ସହଜରେ ହାସଲ କରିଛି। କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଶେଷ ଦିନରେ ବିଜୟୀ ହୋଇଛି। ତେବେ, ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ।କୂଳଦୀପ ମ୍ୟାଚ୍‌ରେ ୮ ୱିକେଟ୍‌ ହାତେଇଥିବା ବେଳେ ଯଶସ୍ବୀ ପ୍ରଥମ ଇନିଂସରେ ୧୭୫ ରନ୍‌ କରି ଦଳକୁ ଆଗେଇ ନେଇଥିଲେ। ଦିଲ୍ଲୀ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ୩୯୦ ରନ୍ କରିଥିଲା। ଟିମ୍ ଇଣ୍ଡିଆ ୫୧୮/୫ ସ୍କୋରରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଯେତେବେଳେ କି ୱେଷ୍ଟଇଣ୍ଡିଜ୍ ତାର ପ୍ରଥମ ଇନିଂସରେ ୨୪୮ ରନ କରିଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ ୨୭୦ ରନ୍‌ ଆଗୁଆ ଥିଲା। ସୂଚନାଥାଉକି, ଅହମ୍ମଦାବାଦରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଏକ ଇନିଂସ ଏବଂ ୧୪୦ ରନରେ ଏକ ଦମଦାର ବିଜୟ ହାସଲ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking