15.1 C
Bhubaneswar
Friday, January 16, 2026
Homeଓଡିଶାମହିଳା ଏସୀୟ ହକି: ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତ ଚାମ୍ପିଅନ୍

ମହିଳା ଏସୀୟ ହକି: ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତ ଚାମ୍ପିଅନ୍

ନୂଆଦିଲ୍ଲୀ : ବିହାରରେ ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ଫାଇନାଲରେ ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି। ମ୍ୟାଚର ଏକମାତ୍ର ଗୋଲ ଦୀପିକା ଭାରତ ପାଇଁ ତୃତୀୟ କ୍ୱାର୍ଟରରେ କରିଥିଲେ। ଏହି ଗୋଲଟି ପେନାଲଟି କର୍ଣ୍ଣରରୁ ଆସିଥିଲା। ଏହାପୂର୍ବରୁ ଦୀପିକା ଏକ ପେନାଲଟି କର୍ଣ୍ଣରରେ ବିଫଳ ହୋଇଥିଲେ ମଧ୍ୟ ଆଉ ଏକ ସୁଯୋଗକୁ ହାତଛଡ଼ା ନ କରି ଗୋଲ କରିଥିଲେ। ଲଗାତାର ଦ୍ୱିତୀୟଥର ପାଇଁ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିବାର ସକ୍ଷମ ହୋଇଛି। ଯେତେବେଳେ କି କୋଚ୍ ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଦଳ ପାଇଁ ଏହା ପ୍ରଥମ ଟ୍ରଫି। ଆଜିର ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦୀପିକା ସ୍କୋର କରିଛନ୍ତି। ୩୧ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନବନୀତ କୌର ଠିକ ଭାବେ ହିଟ କରିପାରି ନଥିଲେ। ଏହା ତାଙ୍କ ଷ୍ଟିକରେ ବାଜି ଦୀପିକାଙ୍କ ପାଖକୁ ଚାଲି ଯାଇଥିଲା।

ଦୀପିକା କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଥିଲେ। ଏହି ଗୋଲରେ ହିଁ ଭାରତ ବିଜୟ ହୋଇଛି। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ଦୀପିକାଙ୍କୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ହେଲେ ସେ ଏହାକୁ ଗୋଲରେ ପରିଣତ କରିପାରି ନଥିଲେ। ଭାରତ ଶେଷରେ ୧-୦ରେ ମ୍ୟାଚ ଜିତି ଚାମ୍ପିୟନ ହୋଇଛି। ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିବା ସହ ଟ୍ରଫି କବଜା କରିଛି। ସେମି ଫାଇନାଲରେ ଦଳ ଜାପାନକୁ ୨-୦ରେ ହରାଇଥିଲା। ୨୦୧୦ରୁ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେଉଛି। ଭାରତ ପ୍ରଥମଥର ପାଇଁ ୨୦୧୬ରେ ଟ୍ରଫି ଜିତିଥିଲା। ୨୦୧୮ରେ ଦଳକୁ ଫାଇନାଲରେ ଦକ୍ଷିଣ କୋରିଆ ଠାରୁ ୦-୧ରେ ହାରିବାକୁ ପଡ଼ିଥିଲା। ହେଲେ ୨୦୨୩ ଓ ୨୦୨୪ରେ ଭାରତୀୟ ମହିଳା ଦଳ ଚାମ୍ପିୟନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking