23.1 C
Bhubaneswar
Monday, February 9, 2026
Homeଖେଳଭାରତ ୪୬ରନରେ ଅଲଆଉଟ

ଭାରତ ୪୬ରନରେ ଅଲଆଉଟ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଇନିଂସରେ ଭାରତୀୟ ଟିମ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ କୌଣସି ରନ ନକରି ଅର୍ଥାତ ଶୂନରେ ମୋଟ ୫ ଖେଳାଳି ଆଉଟ ହୋଇଛନ୍ତି । କୋହଲି, ସର୍ଫରାଜ, ଜାଡେଜା, କେ.ଏଲ ରହୁଲ ଓ ଆର. ଅଶ୍ୱିନ ବିନା କୌଣସି ସ୍କୋର କରି ଆଉ ହୋଇଛନ୍ତି । ନୁ୍ୟଜିଲାଣ୍ଡର ହେନରୀଙ୍କୁ ୫ ୱିକେଟ ମିଳିଥିବାବେଳେ ରାଉରକେଙ୍କୁ ୪ଟି ୱିକେଟ ମିଳିଛି ।

ଏହା ହେଉଛି ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ଭାରତୀୟ ମାଟିରେ ମଧ୍ୟ କୌଣସି ଦଳର ଏହା ସର୍ବନିମ୍ନ ସ୍କୋର। ଏଥିରେ ଭାରତୀୟ ଦଳର ପାଞ୍ଚ ଜଣ ବ୍ୟାଟର ଶୁନରେ ଆଉଟ୍ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ ହେନେରୀ ସବୁଠାରୁ ସଫଳ ବୋଲର ଭାବେ ୫ ୱିକେଟ୍ ନେଇଥିଲେ, ତାଙ୍କ ପଛକୁ ଉଇଲିୟମ ଓରୁର୍କି ୪ ଟି ଏବଂ ଟିମ୍ ସାଉଥି ଗୋଟିଏ ଉଇକେଟ ନେଇଥିଲେ।

ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତନ ଦେଖିବାକୁ ମିଳିଥିଲା। ସର୍ଫରାଜ ଖାନଙ୍କୁ ଆହତ ଶୁଭମନଙ୍କ ସ୍ଥାନରେ ସୁଯୋଗ ମିଳିଥିଲା। ସେହିପରି ଆକାଶ ଦୀପଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ତୃତୀୟ ସ୍ପିନର ଭାବେ ଦଳରେ ସାମିଲ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking