29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆଇଏନ୍‌ଏସ୍ ସୁରତ’ର ସଫଳ ପରୀକ୍ଷଣ କଲା ଭାରତ

ଆଇଏନ୍‌ଏସ୍ ସୁରତ’ର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେନ୍ଦ୍ର କରି ଭାରତ-ପାକିସ୍ତାନ ମଧ୍ୟରେ ଏବେ ଦ୍ୱିପାକ୍ଷିକ ଉତ୍ତେଜନା ତୀବ୍ରତର ହୋଇଛି। ଏପରି ଏକ ସମୟରେ ଭାରତ ନୌସେନାର କ୍ଷେପଣାସ୍ତ୍ର ବିଧ୍ୱଂସକ ‘ଆଇଏନ୍‌ଏସ୍ ସୁରତ’ର ସଫଳ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୭୦ କିଲୋମିଟର ରହିଥିବା ବେଳେ ଜଳମାର୍ଗରେ ଏହା ଶତ୍ରୁପକ୍ଷରୁ ଜାହାଜଗୁଡ଼ିକୁ ନିମିଷକ ମଧ୍ୟରେ ଧ୍ୱଂସ କରିଦେବାର ସାମର୍ଥ୍ୟ ରଖୁଛି। ଭାରତୀୟ ନୌସେନା ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ସର୍ବଶେଷ ସ୍ୱଦେଶୀ କ୍ଷେପଣାସ୍ତ୍ର ବିଧ୍ୱଂସକ ଜାହାଜ ‘ଆଇଏନ୍‌ଏସ୍ ସୁରତ’ ସମୁଦ୍ରରେ ଅବସ୍ଥିତ ଏକ ଲକ୍ଷ୍ୟସ୍ଥଳ ଉପରେ ସଠିକ୍ ଆକ୍ରମଣ କରିଛି। ଏହା ନୌସେନାର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ସଫଳତା ସ୍ୱଦେଶୀ ଯୁଦ୍ଧଜାହାଜ ଡିଜାଇନ, ବିକାଶ ଏବଂ କାର୍ଯ୍ୟରେ ଭାରତର ବର୍ଦ୍ଧିତ ଶକ୍ତିକୁ ପ୍ରଦର୍ଶନ କରେ ଏବଂ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ପ୍ରତି ଦେଶର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ। ନୌସେନା କହିଛି, ଏହି ‘ମାଇଲଖୁଣ୍ଟ’ ଦେଶର ସାମୁଦ୍ରିକ ସ୍ୱାର୍ଥର ସୁରକ୍ଷା ପାଇଁ ସୁରକ୍ଷାବାହିନୀର ‘ଅଟଳ ପ୍ରତିବଦ୍ଧତା’ର ଏକ ପ୍ରମାଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking