ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଭାରତ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରୁଛି। ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରୁଥିଲା। ଦଳ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୯୬ ବଲ୍ ରୁ ୭୩ ରନ୍ ର ଇନିଂସ ଖେଳିଥିଲେ। ଆଲେକ୍ସ କେରି ୬୧ ଏବଂ ଟ୍ରାଭିସ୍ ହେଡ୍ ୩୯ ରନ୍ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ ନେଇଥିଲେ। ରବିନ୍ଦ୍ର ଜାଡେଜା ଏବଂ ବରୁଣ ଚକ୍ରବର୍ତ୍ତୀ ୨-୨ ୱିକେଟ୍ ପାଇଥିଲେ। ଭାରତରୁ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଏବଂ ମହମ୍ମଦ ଶାମିଖେଳୁଥିବା ବେଳେ ଅଷ୍ଟ୍ରେଲିଆରୁ ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ଟ୍ରାଭିସ୍ ହେଡ୍, କୁପର୍ କନୋଲି, ମାର୍ନସ୍ ଲାବୁଶାଗ୍ନେ, ଜୋଶ୍ ଇଙ୍ଗଲିସ୍ (ୱିକେଟକିପର), ଆଲେକ୍ସ କେରି, ଗ୍ଲେନ୍ ମ୍ୟାକ୍ସୱେଲ୍, ନାଥନ୍ ଏଲିସ୍, ବେନ୍ ଦ୍ୱାରସିସ୍, ଆଡାମ ଜାମ୍ପା ଏବଂ ତନବୀର ସାଂଘା ଖେଳୁଛନ୍ତି ।










