ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶ ଭାରତକୁ ୨୨୯ ରନ୍ର ଟାର୍ଗେଟ ଦେଇଛି। ଗୁରୁବାର ଦୁବାଇରେ ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୩୬ ରନରେ ୫ ୱିକେଟ ହରାଇବା ସତ୍ତ୍ୱେ ୪୯.୪ ଓଭରରେ ୨୨୮ ରନ କରିଥିଲା। ତୌହିଦ ହୃଦୟ ଏକ ଶତକ ହାସଲ କରିଥିଲେ। ସେ ୧୧୮ ବଲ୍ ରେ ୧୦୦ ରନ୍ ର ଏକ ଇନିଂସ ଖେଳିଥିଲେ। ଜାକିର ଅଲି ୬୮ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୫ଟି ୱିକେଟ ନେଇଥିଲେ। ହର୍ଷିତ ରାଣା ୩ଟି ୱିକେଟ ନେଇଥିଲେ। ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ। ବାଂଲାଦେଶର ୪ ଜଣ ବ୍ୟାଟସମ୍ୟାନ୍ ଖାତା ମଧ୍ୟ ଖୋଲିପାରି ନଥିଲେ। ବୁଧବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୬୦ ରନ୍ରେ ପରାସ୍ତ କରିଥିଲା।










