21.1 C
Bhubaneswar
Saturday, November 16, 2024
Homeଖେଳସଂଜୁ, ତିଳକଙ୍କ ବିସ୍ଫୋରକ ଶତକ; ଦକ୍ଷିଣ ଆଫ୍ରିକା ଆଗରେ ୨୮୪ ରନର ଲକ୍ଷ୍ୟ ରଖିଲା ଭାରତ

ସଂଜୁ, ତିଳକଙ୍କ ବିସ୍ଫୋରକ ଶତକ; ଦକ୍ଷିଣ ଆଫ୍ରିକା ଆଗରେ ୨୮୪ ରନର ଲକ୍ଷ୍ୟ ରଖିଲା ଭାରତ

ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରନ ବର୍ଷା ଦେଖିବାକୁ ମିଳିଛି । ଭାରତର ଦୁଇ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଓ ତିକଳ ବର୍ମା ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିବା ସହ ଦକ୍ଷିଣ ଆଫ୍ରିକା ଆଗରେ ୨୮୪ ରନର ବିଳାଶ ଲକ୍ଷ୍ୟ ରଖିଛନ୍ତି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ଓ ଅଭିଷେକ ଶର୍ମା ବ୍ୟାଟିଂ ଓପନ କରିଥିଲେ । ଅଭିଷେକ ୩୬ ରନ କରି ଆଉଟ ହେବାପରେ ସଂଜୁ ଓ ତିଳକଙ୍କ ବିସ୍ଫୋରକ ବ୍ଯାଟିଂ ଦେଖିବାକୁ ମିଳିଥିଲା । ସଂଜୁ ୫୧ ବଲରେ ଶତକ ପୂରଣ କରିଥିବାବେଳେ ତିଳକ ମାତ୍ର ୪୧ ବଲର ଶତକ ପୂରଣ କରିଥିଲେ । ସଂଜୁ ଅପରାଜିତ ୧୦୯ ରନ କରିଥିବାବେଳେ ତିଳକ ଅପରାଜିତ ୧୨୦ ରନ କରିଥିଲେ ।ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୮୩ ରନ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକମାତ୍ର ଓ୍ବିକେଟ ଲୁଥୋ ସିପାମଲା ନେଇଥିଲେ ।

୫୧ ବଲରେ ୧୦୦ ରନ ପୂରଣ କରିଥିବା ସାମସନ ଚଳିତ ସିରିଜରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଶେଷ ବଲରେ ତିଲକ ୧ ରନ ନେଇ ଷ୍ଟ୍ରାଇକ ନିଜ ପାଖରେ ରଖିଥିଲେ। ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ସିମ୍ପାଲା। ତାଙ୍କର ପ୍ରଥମ ବଲରେ ୨ ରନ ନେଇ ତିଲକ ବର୍ମା ଚଳିତ ସିଜିନରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଥିଲେ। ୪୧ ବଲରେ ଶତକ ସେ ୯ ଛକା ଓ ୬ଟି ଚୌକା ବଳରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ଦ୍ୱିତୀୟ ଶତକ। ପ୍ରଥମଥର ପାଇଁ କୌଣସି ଟି-୨୦ରେ ଦୁଇ ଜଣ ବ୍ୟାଟର ଶତକ କରିବାର ରେକର୍ଡ ବି ହାସଲ କରିଛନ୍ତି।

କ୍ରମାଗତ ଇନିଂସରେ ଶତକ ହାସଲ କରିବାରେ ତିଲକ ମଧ୍ୟ ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ସଞ୍ଜୁ ସାମସନ ଚଳିତ ସିରିଜର ପ୍ରଥମ ମ୍ୟାଚ୍‌ରେ ଏପରି ରେକର୍ଡ କରିଥିଲେ। ୧୯ତମ ଓଭରରେ ଭାରତ ମୋଟ ୧୯ ରନ ଆଦାୟ କରି ଦଳୀୟ ସ୍କୋରକୁ ୨୭୦ ରନରେ ପହଞ୍ଚାଇ ଦେଇଥିଲା।ଶେଷ ଓଭରରେ ଷ୍ଟ୍ରାଇକ କରିବାକୁ ଆସିଥିଲେ ସାମସନ। ତାଙ୍କ ସାମ୍ନାରେ ଥିଲେ ମାର୍କୋ ୟାନସେନ। ପ୍ରଥମ ବଲରେ ସେ ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ ତିଲକ ଚୌକା ମାରିଥିଲେ। ତୃତୀୟ ବଲରୁ ୧ ରନ ମିଳିଥିଲା। ୪ର୍ଥ ବଲରେ ସାମସନ ୬କା ମାରିଥିଲେ। ୫ମ ବଲ କିନ୍ତୁ ଡଟ ହୋଇଯାଇଥିଲା।

ଶେଷ ବଲରେ ୧ ରନ ହେବାରୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ଗୋଟିଏ ୱିକେଟ ହରାଇ ୨୮୩ ରନ କରିଛି। ଏହା ଜୋହାନ୍ସବର୍ଗରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହାପୂର୍ବରୁ ୨୦୦୭/୦୮ରେ ଶ୍ରୀଲଙ୍କା ୨୬୦ ରନ କରିଥିଲା। କେନିୟା ବିରୋଧରେ ଏପରି ରେକର୍ଡ ହୋଇଥିଲା।ଆଜି ସାମସନ ଶେଷ ଯାଏ ୫୬ ବଲରେ ୧୦୯ ଓ ତିଲକ ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ସାମସନ ତରଙ୍କ ଇନିଂସରେ ୯ଟି ଛକା ଓ ୬ଟି ଚୌକା ଓ ତିଲକ ୧୦ଟି ଛକା ଓ ୯ଟି ଚକୌର ମାରିଛନ୍ତି। ଉଭୟ ଦ୍ୱିତିୟ ୱିକେଟ ପାଇଁ ଅଭିବାଜିତ ୨୧୦ ରନର ଭାଗିଦାରୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking