26.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶ ଭାରତ-ପାକିସ୍ତାନ ମ୍ୟାଚ୍: କ୍ଷୋଭ ପ୍ରକାଶ କଲେ ପହଲଗାମ ପୀଡ଼ିତଙ୍କ ପତ୍ନୀ

 ଭାରତ-ପାକିସ୍ତାନ ମ୍ୟାଚ୍: କ୍ଷୋଭ ପ୍ରକାଶ କଲେ ପହଲଗାମ ପୀଡ଼ିତଙ୍କ ପତ୍ନୀ

ନୂଆଦିଲ୍ଲୀ: ଏସିଆ କପରେ ସେପ୍ଟେମ୍ବର 14 ରେ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପାଇଁ ବିରୋଧୀ ଦଳଗୁଡ଼ିକ ବିଜେପି ଏବଂ ବିସିସିଆଇକୁ ଟାର୍ଗେଟ କରୁଛନ୍ତି। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଅନେକ କ୍ରିକେଟର ମଧ୍ୟ ଏହି ମ୍ୟାଚ୍ ଆୟୋଜନକୁ ବିରୋଧ କରୁଛନ୍ତି। ଏବେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶାନ୍ୟା ଦ୍ୱିବେଦୀ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଐଶାନ୍ୟା କହିଛନ୍ତି ଯେ ପାକିସ୍ତାନ ଏହି ମ୍ୟାଚ୍ ରୁ ରୋଜଗାର ହୋଇଥିବା ଟଙ୍କା ଆତଙ୍କବାଦୀଙ୍କ ଉପରେ ଖର୍ଚ୍ଚ କରିବ ଯେଉଁମାନେ ପୁଣି ଆମ ଉପରେ ଆକ୍ରମଣ କରିବେ। ଆମେ ପାକିସ୍ତାନକୁ କାହିଁକି ସେହି ସୁଯୋଗ ଦେଉଛୁ?

‘ବିସିସିଆଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଗ୍ରହଣ କରିବା ଉଚିତ୍ ନୁହେଁ। ମୁଁ ଭାବୁଛି ବିସିସିଆଇ ସେହି 26 ପରିବାର ପ୍ରତି ଭାବପ୍ରବଣ ନୁହେଁ। ସେମାନେ ପହଲଗାମ ଏବଂ ତା’ପରେ ଅପରେସନ ସିନ୍ଦୁରରେ ହୋଇଥିବା କ୍ଷତିକୁ ଭୁଲି ଯାଇଛନ୍ତି। ମୁଁ ଆମର କ୍ରିକେଟରମାନଙ୍କୁ ମଧ୍ୟ ପଚାରିବାକୁ ଚାହେଁ ଯେ ସେମାନେ ଏପରି କାହିଁକି କରୁଛନ୍ତି? ସେମାନେ ପାକିସ୍ତାନ ଦଳ ସହିତ ଖେଳିବାକୁ କାହିଁକି ରାଜି ହୋଇଛନ୍ତି?’  ଐଶ୍ନ୍ୟା ଦ୍ୱିବେଦୀ କହିଛନ୍ତି, ‘କହାଯାଏ ଯେ କ୍ରିକେଟରମାନେ ଦେଶପ୍ରେମୀ। ଏହି ଦେଶପ୍ରେମର ଭାବନା ଯୋଗୁଁ, ଜାତୀୟ ଖେଳ ହକି ଅପେକ୍ଷା ଅଧିକ ଲୋକ କ୍ରିକେଟ ଦେଖିବାକୁ ଏବଂ ଖେଳିବାକୁ ପସନ୍ଦ କରନ୍ତି। କିନ୍ତୁ 1-2 ଜଣ କ୍ରିକେଟରଙ୍କୁ ଛାଡି ଅନ୍ୟ କେହି ଆଗକୁ ଆସି କହିଲେ ନାହିଁ ଯେ ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉଚିତ। ବିସିସିଆଇ ସେମାନଙ୍କୁ ବନ୍ଧୁକ ମୁନରେ ଖେଳିବାକୁ ବାଧ୍ୟ କରିପାରିବ ନାହିଁ। ସେମାନେ ନିଜ ଦେଶ ପାଇଁ ଠିଆ ହେବା ଉଚିତ। କିନ୍ତୁ ସେମାନେ ଏପରି କରୁନାହାଁନ୍ତି। ଆହୁରି କହିଛନ୍ତି ମୁଁ ଲୋକମାନଙ୍କୁ ଏହି ମ୍ୟାଚ୍ ବର୍ଜନ କରିବାକୁ ନିବେଦନ କରୁଛି। ଏହାକୁ ଦେଖିବାକୁ ଯାଅ ନାହିଁ ଏବଂ ଏଥିପାଇଁ ତୁମର ଟିଭି ଚାଲୁ କର ନାହିଁ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking