19.1 C
Bhubaneswar
Sunday, February 8, 2026
Homeଖେଳଇଣ୍ଡିଆ ଓପନ୍‌: ଅବ୍ୟବସ୍ଥାକୁ ନେଇ ମିୟା ବ୍ଲିଚ୍‌ଫେଲ୍ଟ କ୍ଷୁବ୍ଧ

ଇଣ୍ଡିଆ ଓପନ୍‌: ଅବ୍ୟବସ୍ଥାକୁ ନେଇ ମିୟା ବ୍ଲିଚ୍‌ଫେଲ୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ଡେନ୍‌ମାର୍କର ଷ୍ଟାର୍ ଶଟ୍‌ଲର୍ ମିୟା ବ୍ଲିଚ୍‌ଫେଲ୍ଟ ଇଣ୍ଡିଆ ଓପନ୍ ସୁପର୍ ୭୫୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ଅୟୋଜନ କରୁଥିବା ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ସ୍ଥିତିକୁ ସମାଲୋଚନା କରିଛନ୍ତି। ଏହା ବ୍ୟତୀତ ଜାତୀୟ ରାଜଧାନୀର ପ୍ରଦୂଷଣ ସ୍ତରକୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କହିଛନ୍ତି। ଅସଲରେ ବ୍ଲିଚ୍‌ଫେଲ୍ଟଙ୍କ ପେଟରେ ସଂକ୍ରମଣ ହୋଇଥିଲା। ସେ ଦ୍ୱିତୀୟ ରାଉଣ୍ଡ୍‌ରେ ଚୀନ୍‌ର ୱାଙ୍ଗ୍ ଝି ୟି’ଙ୍କଠାରୁ ୨୧-୧୩, ୧୬-୨୧, ୮-୨୧ରେ ପରାଜିତ ହୋଇଥିଲେ। ବ୍ଲିଚ୍‌ଫେଲ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, ଭାରତରେ ଏକ ଲମ୍ବା ଏବଂ ମାନସିକ ଭାବେ ବିକ୍ଷୁବ୍ଧ ସପ୍ତାହ ପରେ ଶେଷରେ ସ୍ୱଦେଶରେ ପହଞ୍ଚିଛି। ଲଗାତାର ଦ୍ୱିତୀୟ ଥର ପାଇଁ ମୁଁ ଇଣ୍ଡିଆନ୍ ଓପନ୍ ଅବସରରେ ଅସୁସ୍ଥ ହୋଇଥିଲି।

ସେ କହିଛନ୍ତି, ବହୁ ସପ୍ତାହର ପରିଶ୍ରମ ଓ ପ୍ରସ୍ତୁତି ପରେ ଖରାପ ପରିସ୍ଥିତି କାରଣରୁ ପରାଜିତ ହେବାକୁ ସ୍ୱୀକାର କରିବା କଷ୍ଟକର। ଧୂଆଁ ମଧ୍ୟରେ ପକ୍ଷୀଙ୍କ ଦ୍ୱାରା ମଳତ୍ୟାଗ କରାଯାଇଥିବା କୋର୍ଟରେ ଆମକୁ ଅଭ୍ୟାସ ସହିତ ଖେଳିବାକୁ ପଡ଼ିଛି। ଏହା ଉଚିତ ନୁହେଁ। ଡେନ୍‌ମାର୍କର ଏହି ଖେଳାଳି ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ମହାସଂଘକୁ ଟ୍ୟାଗ୍ କରି ଲେଖିଛନ୍ତି, ‘ଏ ପ୍ରକାର ସ୍ଥିତି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଏବଂ ଅସ୍ୱୀକାର୍ଯ୍ୟ। ପ୍ରଥମ ରାଉଣ୍ଡରେ ବିଜୟ ପରେ ଦ୍ୱିତୀୟ ରାଉଣ୍ଡ୍‌ରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିବାରୁ ମୁଁ ଖୁସି। ମାତ୍ର ଯେଉଁ ପ୍ରକାର ସ୍ଥିତି ଥିଲା, ସେଥିରେ ମୁଁ ସନ୍ତୁଷ୍ଟ ନହେଁ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking