ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । କହିଛନ୍ତି, ମୌସୁମୀ ଅଧିବେଶନ ରାଷ୍ଟ୍ର ପାଇଁ ଗୌରବପୂର୍ଣ୍ଣ ଅଧିବେଶନ । ଅଧିବେଶନ ବିଜୟ ଉତ୍ସବର ଅଧିବେଶନ । ଅପରେସନ ସିନ୍ଦୂର ସଫଳ ହୋଇଥିଲା । ୨୨ ମିନିଟରେ ଆତଙ୍କୀ ଠିକଣା ଧ୍ୱଂସ କରିଛୁ । ଅପରେସନ ସିନ୍ଦୂରରେ ସେନାର ଲକ୍ଷ୍ୟ ସଫଳ ହୋଇଛି । ଦେଶରୁ ମାଓବାଦ ମୂଳୋତ୍ପୋଟନ ହେଉଛି । ମହାକାଶରେ ତ୍ରିରଙ୍ଗା ଉଡାଇବା ଗର୍ୱର ବିଷୟ । ଦେଶର ଭବିଷ୍ୟତ ଉଜ୍ଜ୍ୱଳ ଦେଖାଯାଉଛି । ବୋମା- ବାରୁଦ ଆଗରେ ସମ୍ବିଧାନର ବିଜୟ ହୋଇଛି । ୨୦୧୪ ପୂର୍ୱରୁ ଆକାଶ ଛୁଆଁ ଥିଲା ମହଙ୍ଗା ଦର । ତୃତୀୟ ଅର୍ଥବ୍ୟବସ୍ଥାର ଦ୍ୱାରଦେଶରେ ଏବେ ଭାରତ ।










