28.1 C
Bhubaneswar
Wednesday, October 16, 2024
Homeଖେଳଭାରତ-ନ୍ୟୁଜିଲାଣ୍ଡ ମହିଳା ଦିନିକିଆ ସିରିଜ୍‌; ଅହମ୍ମଦାବାଦରେ ଖେଳାଯିବ ସମସ୍ତ ମ୍ୟାଚ୍‌

ଭାରତ-ନ୍ୟୁଜିଲାଣ୍ଡ ମହିଳା ଦିନିକିଆ ସିରିଜ୍‌; ଅହମ୍ମଦାବାଦରେ ଖେଳାଯିବ ସମସ୍ତ ମ୍ୟାଚ୍‌

ମୁମ୍ବାଇ:  ବିସିସିଆଇ ଭାରତୀୟ ମହିଳା ଟିମ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି । ଘୋଷଣା ଅନୁସାରେ ସିରିଜ୍‌ର ଆରମ୍ଭ ଅକ୍ଟୋବର ୨୪ରେ ହେବ । ଏହାପରେ ଦୁଇ ଟିମ୍ ଅକ୍ଟୋବର ୨୭ରେ ଏବଂ ଅକ୍ଟୋବର ୨୯ ତାରିଖରେ ମୁହାଁମୁହିଁ ହେବେ ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ୍‌ର ତିନିଟି ଯାକ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ମହିଳା ଟିମ୍ ୨୦୨୨ରେ ଭାରତ ଗସ୍ତରେ ଆସିଥିଲା । ସେତେବେଳେ ଦୁଟି ଟିମ୍ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯାଇଥିଲା । ହରମନପ୍ରୀତ୍ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ୪-୧ରେ ସିରିଜ୍ ନିଜ ନାମରେ କରିଥିଲେ । ବର୍ତ୍ତମାନ ଭାରତ ଓ ନ୍ୟୁଜିଲାଣ୍ଡର ମହିଳା ଟିମ୍ ୟୁଏଇରେ ଆଇସିସି ଟି-୨୦ ବିଶ୍ୱକପ୍ ଖେଳୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking