ରାଞ୍ଜି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଇଣ୍ଡିଆ ମେଣ୍ଟ ଆଜି ନିଜର ଇସ୍ତାହାର ଜାରି କରିଛି। ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ଓ ଜେଏମ୍ଏମ୍ ର ମେଣ୍ଟ ଜନସାଧାରଣଙ୍କୁ ୭ଟି ଗ୍ୟାରେଣ୍ଟି ଦେଇଛି। ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଏହି ୭ଟି ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିରେ ମହିଳାଙ୍କ ପାଇଁ ଆର୍ôଥକ ସହାୟତା, କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ୭ କେଜି ରାସନ ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ । ଏତଦ୍ ବ୍ୟତୀତ ଶିକ୍ଷା ଓ ରୋଜଗାର ନେଇ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଏତଦ୍ବ୍ୟତୀତ ମହିଳାମାନଙ୍କୁ ମାସକୁ ୨୫୦୦ ଟଙ୍କା, ଅନୁସୂଚୀତ ଉପଜାତିଙ୍କୁ ୨୮%, ଓବିସିଙ୍କୁ ୨୭% ଓ ଅନୁସୂଚୀତ ଜାତିଙ୍କୁ ୧୨% ସଂରକ୍ଷଣ ଦିଆଯିବ। ଏହା ସହିତ ପ୍ରତି ବ୍ୟକ୍ତିଙ୍କୁ ମାସକୁ ୭ କିଲୋ ଚାଉଳ ଓ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ପ୍ରଦାନ କରାଯିବ। ରାଜ୍ୟରେ ଯୁବକ ଯୁବତୀମାନଙ୍କୁ ୧୦ ଲକ୍ଷ ନିଯୁକ୍ତି ଯୋଗାଇ ଦିଆଯିବ। ରାଜ୍ୟରେ ଲୋକମାନଙ୍କୁ ୧୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯିବ। ଧାନର ଏମଏସପି ୩୨୦୦ ଟଙ୍କା ଓ ଅନ୍ୟ କୃଷି ଉତ୍ପାଦର ଏମଏସପି ୫୦ ପ୍ରତିଶତ ବୃଦ୍ଧି କରାଯିବା ଭଳି ପ୍ରତିଶ୍ରୁତି ଦିଆଯାଇଛି।










