16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ନୂଆଦିଲ୍ଲୀ:  ପାକିସ୍ତାନ ଉପରେ ପ୍ରଚଣ୍ଡ ପ୍ରହାର । ପାକିସ୍ତାନ ଆକ୍ରମଣର ପାଲଟା ଜବାବ ଦେଲା ଭାରତ । ଭାରତ ନିଜ ପଟୁ ପ୍ରଥମେ ଆକ୍ରମଣ କରି ନାହିଁ । କିନ୍ତୁ ଜବାବି ଆକ୍ରମଣରେ ଆଣ୍ଠେଇ ଦେଇଛି ପାକିସ୍ତାନକୁ । ତାର ପ୍ରତ୍ୟେକ ଆକ୍ରମଣକୁ ପଣ୍ଡ କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ସେ ପଞ୍ଜାବର ସୀମା ହେଉ ଅବା ଜମ୍ମୁ କଶ୍ମୀର ସବୁଠି ପାକିସ୍ତାନ ଆକ୍ରମଣକୁ ବିଫଳ କରି ଦେଇଛନ୍ତି ଭାରତୀୟ ସେନା । ଗତ କାଲି ରାତି ସାରା ପାକିସ୍ତାନ ତରଫରୁ ଆକ୍ରମଣ ଜାରି ରହିଥିଲା । ହେଲେ ଭାରତୀୟ ସେନା ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇ ସବୁ ଆକ୍ରମଣକୁ ବିଫଳ କରି ଦେଇଥିଲେ । ଲଦାଖରୁ ଭୁଜ୍ ପର୍ଯ୍ୟନ୍ତ ପାକିସ୍ତାନର ୫୦ଟି ଡ୍ରୋନକୁ ଖସାଇ ଦେଇଛି ଭାରତ । ଭାରତ ସୀମାରେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ଭାରତୀୟ ଯବାନ । ସେପଟେ ଭାରତୀୟ ନୌସେନା ମଧ୍ୟ ଆକ୍ରମଣରେ ସହଯୋଗ କରୁଛି । ସମରାଭ୍ୟାସ କରି ପାକିସ୍ତାନର ଛାତିରେ ଆହୁରି ଡର ପୁରାଇ ଦେଇଛି । ସୂଚନା ଅନୁସାରେ ଭାରତ ପକ୍ଷରୁ ଲାହୋର, କରାଚୀ, ସିଆଲକୋଟ ଆଦି ଅଞ୍ଚଳ ଉପରେ ଆକ୍ରମଣ କରାଯାଇଛି । ଫଳରେ ପାକିସ୍ତାନରେ ଏବେ ହାହାକାର ସ୍ତିତି । ସେପଟେ ବଲୁଚି ବିଦ୍ରୋହୀ ପାକିସ୍ତାନ ସେନା ଉପରେ ଆକମଣ କରି ସେମାନଙ୍କୁ ଘଉଡ଼ାଇ ଦେଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଏବେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ଏଭଳି ଅକ୍ଟୋପସ ଆକ୍ରମଣରେ ପାକିସ୍ତାନ ସମ୍ପୂର୍ଣ୍ଣ ଘାଇଲା ହୋଇପଡ଼ିଛି ।

ଅନ୍ୟପକ୍ଷରେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଘନ ଘନ ବୈଠକ କରି ପରିସ୍ଥିତି ଉପରେ ନଜର ରଖିବା ସହ ପାକିସ୍ତାନ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେନାକୁ ସବୁ ପ୍ରକାର ସ୍ବାଧିନତା ଦେଇଛନ୍ତି । ଆଗକୁ ଆଉ କଣ ଶକ୍ତ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରିଛନ୍ତି । ଜମ୍ମୁ କଶ୍ମୀରର ସାଧାରଣ ଲୋକ ମଧ୍ୟ ଭାରତୀୟ ସେନା ଉପରେ ଭରସା ରଖି ସେମାନଙ୍କୁ ସବୁ ପ୍ରକାର ସହଯୋଗ କରୁଛନ୍ତି । ପାକିସ୍ତାନ ବିରୁଦ୍ଧରେ ସାରା ଭାରତରେ ଭୀଷଣ ଆକ୍ରୋଶ । ପାକିସ୍ତାନକୁ ମାଟିରେ ମିଶାଇ ଦେବା ପାଇଁ ସମସ୍ତେ ଦାବି କରୁଛନ୍ତି । ତେବେ ଯେଭଳି ପାକିସ୍ତାନର ସାଧାରଣ ନାଗରିକ ଏହି ଯୁଦ୍ଧରେ କ୍ଷତିଗ୍ରସ୍ତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ରଖି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରୁଛି । ଭାରତରେ ବିଭିନ୍ନ ବିମାନ ବନ୍ଦର ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ତାକୁ ବ୍ୟାପକ କରାଯାଇଛି । ତେବେ ସାଧାରଣ ଲୋକେ ଯୁଦ୍ଧ ପରିସ୍ତିତିରେ ଶାନ୍ତ ରହି ସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଗୁଜବ ଉପରେ ବିଶ୍ବାସ ନକରିବାକୁ ଏବଂ ଗୁଜବ ପ୍ରଚାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking