18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶବାରବାଟୀରେ ଇଂଲଣ୍ଡକୁ ହରାଇଲା ଭାରତ 

ବାରବାଟୀରେ ଇଂଲଣ୍ଡକୁ ହରାଇଲା ଭାରତ 

କଟକ :କଟକ ବାରବାଟୀରେ ଦିନିକିଆ ମ୍ୟାଚ ଇଂଲଣ୍ଡ ଭାରତ ମଧ୍ୟରେ ଚାଲିଥିବାବେଳେ ଭାରତ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ଏହା ସହିତ, ଦଳ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ ର ଅଗ୍ରଣୀ ହାସଲ କରିଛି। ରବିବାର କଟକର ବାରବାଟି ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଦଳ ୪୯.୫ ଓଭରରେ ୩୦୪ ରନ କରି ଅଲଆଉଟ୍ ହୋଇଯାଇଥିଲେ । ଭାରତ ୪୪.୩ ଓଭରରେ ୬ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୧୯ ରନ କରି ତାଙ୍କର ୩୨ତମ ଦିନିକିଆ ଶତକ ହାସଲ କରିଛନ୍ତି। ଶୁଭମନ ଗିଲ ୬୦ ରନ କରିଥିଲେ। ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିଲେ। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ୬୯ ଏବଂ ବେନ୍ ଡକେଟ ୬୫ ରନ୍ କରିଥିବାବେଲେ ଜେମି ଓଭରଟନ୍ ୨ଟି ୱିକେଟ୍ ନେଇଥିଲେ।ସୂଚନା ଅନୁସାରେ ଜଣାପଡିଛି ଯେ ତୃତୀୟ ଏକଦିବସୀୟ ମ୍ୟାଚ୍ ଫେବୃଆରୀ ୧୨ ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ଭାରତର ଟିମ୍ ରେ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ଏବଂ ମହମ୍ମଦ ଶାମି ଖେଳିଥିବା ବେଳେ ଇଂଲଣ୍ଡ ଟିମ୍ ରେ ଜସ୍ ବଟଲର୍ (ଅଧିନାୟକ), ଫିଲ୍ ସଲ୍ଟ (ୱିକେଟକିପର), ବେନ୍ ଡକେଟ, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ଜେମି ଓଭରଟନ୍, ମାର୍କ ଉଡ୍, ଗସ୍ ଆଟକିନସନ୍, ଆଦିଲ୍ ରସିଦ୍ ଏବଂ ସାକିବ୍ ମହମୁଦ୍ ଖେଳୁଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking