ଋଷ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ବୟାନ । ଯୁଦ୍ଧ ମଧ୍ୟରେ ଶାନ୍ତି ପାଇଁ ସଙ୍କେତ ଦେଇଛନ୍ତି ପୁଟିନ । ଋଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପାଇଁ ଭାରତ ମଧ୍ୟସ୍ଥି ହୋଇପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି ପୁଟିନ । ଏଥିସହ ଭାରତ ବ୍ୟତୀତ ଚାଇନା ଏବଂ ବ୍ରାଜିଲ ମଧ୍ୟ ଶାନ୍ତ ଆଣିବାରେ ସହଯୋଗ କରିପାରିବ ବୋଲି ଆଜି ପୁଟିନ କହିଛନ୍ତି । ଏହାବ୍ୟତୀତ ଆଉ କୌଣସି ଦେଶ ମଧ୍ୟସ୍ଥି ହୋଇପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ଋଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
ସୂଚନା ମୁତାବକ, ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଗସ୍ତ କରିବା ସହ, ୟୁକ୍ରେନ ଯୁଦ୍ଧ ସଂମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏଥିସହ କିଛିଦିନ ପୂର୍ବରୁ ୟୁକ୍ରେନ ଯାଇ ୟୁକ୍ରେନ ରଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଥିଲେ । ଭାରତ ସର୍ବଦା ଶାନ୍ତି ଚାହେଁ ବୋଲି କହିଥିଲେ ମୋଦୀ ।