22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବଢିଲା ଭାରତ-କାନାଡା ତିକ୍ତତା

ବଢିଲା ଭାରତ-କାନାଡା ତିକ୍ତତା

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜାରର ହତ୍ୟା ପରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ସଦ୍ୟତମ ଘଟଣାକ୍ରମରେ ଭାରତ କାନାଡାରୁ ନିଜ ହାଇକମିଶନରଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ସୋମବାର ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡାର ଉପ ଉଚ୍ଚାୟୁକ୍ତ ଷ୍ଟୁଆର୍ଟ ହ୍ୱିଲରଙ୍କୁ ସମନ କରି ପ୍ରତିବାଦ ଜଣାଇଥିଲା । କାନାଡାରେ ଥିବା ଭାରତୀୟ ହାଇକମିଶନର ଏବଂ ଅନ୍ୟ କୂଟନୀତିଜ୍ଞ ଓ ଅଧିକାରୀଙ୍କୁ ଭିତ୍ତିହୀନ ଭାବେ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ ବୋଲି ତାଙ୍କୁ କୁହାଯାଇଥିଲା।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ହିଂସାର ବାତାବରଣରେ ଟ୍ରୁଡୋ ସରକାରଙ୍କ କାର୍ଯ୍ୟକଳାପ କୂଟନୀତିଜ୍ଞଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଗୁରୁତ୍ୱାରୋପ କରାଯାଇଥିଲା। ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତିବଦ୍ଧତା ଉପରେ ଭାରତର ବିଶ୍ୱାସ ନାହିଁ। ତେଣୁ ଭାରତ ସରକାର ହାଇକମିଶନର ଓ ଅନ୍ୟ କୂଟନୀତିଜ୍ଞ ଓ ଅଧିକାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ବିରୋଧରେ ଉଗ୍ରବାଦ, ହିଂସା ଏବଂ ବିଚ୍ଛିନ୍ନତାବାଦକୁ ଟ୍ରୁଡୋ ସରକାରଙ୍କ ସମର୍ଥନର ଜବାବରେ ପରବର୍ତ୍ତୀ ପଦକ୍ଷେପ ନେବାର ଅଧିକାର ଭାରତ ପାଖରେ ରହିଛି ବୋଲି ଦର୍ଶାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking