25.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଭାରତ ହେଲା ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତି ଦେଶ

ଭାରତ ହେଲା ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତି ଦେଶ

ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ ଭାରତ ବିଶ୍ଵର ୪ର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ଶନିବାର ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି। ସେ ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ କହିଥିଲେ ଯେ, ବିଶ୍ଵର ଅର୍ଥନୈତିକ ମାହୋଲ ଭାରତ ପାଇଁ ଅନୁକୂଳ ରହିଛି। ମୁଁ ଏହା କହିବା ସମୟରେ ଭାରତ ଦୁନିଆର ୪ର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇସାରିଛି। ଆଜି ଆମର ଅର୍ଥ ବ୍ୟବସ୍ଥା ୪ ଟ୍ରିଲିଅନ ଡଲାରରେ ପହଞ୍ଚିଛି।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ତଥ୍ୟକୁ ଆଧାର କରି ସୁବ୍ରମଣ୍ୟମ କହିଛନ୍ତି ଯେ, ଏବେ ଭାରତର ଅର୍ଥବ୍ୟବସ୍ଥା ଜାପାନଠାରୁ ବି ବଡ଼। ଭାରତ ଏ କ୍ଷେତ୍ରରେ ଇତିହାସ ରଚିଛି। ବର୍ତ୍ତମାନ କେବଳ ଆମେରିକା, ଚୀନ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ରହିଛି। ଆମେ ଆମ ଯୋଜନାକୁ ଅନୁସରଣ ଜାରି ରଖିଲେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଜର୍ମାନୀକୁ ପଛରେ ପକାଇ ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇପାରିବା। ଆମେରିକାର ଶୁଳ୍କ ଯୁଦ୍ଧ ସାରା ବିଶ୍ଵକୁ ଚିନ୍ତାରେ ପକାଇଥିବାବେଳେ ଭାରତର ଏହି ସଫଳତା ଏହାର ସୁଦୃଢ଼ ଅର୍ଥନୀତିକୁ ପ୍ରତିପାଦିତ କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବି ଭାରତର ଅଭିବୃଦ୍ଧିକୁ ଅଟକାଇ ପାରିନାହିଁ। ବିଶ୍ଵବ୍ୟାଙ୍କଠାରୁ ଆରମ୍ଭ କରି ଆଇଏମଏଫ ପର୍ଯ୍ୟନ୍ତ ସମସ୍ତ ବିଶ୍ଵସ୍ତରୀୟ ସଂସ୍ଥା ଭାରତୀୟ ଅର୍ଥବ୍ୟବସ୍ଥାକୁ ଲୁହା ସହିତ ତୁଳନା କରିଛନ୍ତି। ଆଗକୁ ବି ଭାରତର ଜିଡିପି ଅଭିବୃଦ୍ଧି ହାର ସବୁଠୁ ଆଗରେ ରହିବ ବୋଲି ନିକଟରେ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking