17.1 C
Bhubaneswar
Thursday, December 18, 2025
Homeଖେଳଭାରତ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମ୍ୟାଚ୍‌; ବର୍ଷା କାରଣରୁ ପ୍ରଥମ ଦିନ ଖେଳ ରଦ୍ଦ

ଭାରତ-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମ୍ୟାଚ୍‌; ବର୍ଷା କାରଣରୁ ପ୍ରଥମ ଦିନ ଖେଳ ରଦ୍ଦ

କାନବେରା: ଭାରତ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ଶନିବାର ହେବାକୁ ଥିବା ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ବର୍ଷା କାରଣରୁ ରଦ୍ଦ ହୋଇଛି। ଏପରିକି ଟସ୍ ମଧ୍ୟ ହୋଇପାରି ନାହିଁ। ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଶନିବାର ସକାଳ ୯.୪୦ରେ ଖେଳାଯିବାର ଥିଲା। ମାତ୍ର ମ୍ୟାଚ୍ ପୂର୍ବରୁ କାନବେରାରେ ବର୍ଷା ହୋଇଥିଲା। ଦ୍ୱିତୀୟ ଦିନ ସକାଳ ୮.୪୦ରେ ମ୍ୟାଚ୍‌ର ଟସ୍ ହେବ ଏବଂ ଏହା ୫୦-୫୦ ଓଭର୍ ବିଶିଷ୍ଟ ହେବ। ଏହି ଅଭ୍ୟାସ ମ୍ୟାଚ୍ ବର୍ଡର-ଗାଭାସ୍କର ଟ୍ରଫିର ଆଡିଲେଡ୍ ଟେଷ୍ଟ୍‌ର ପ୍ରସ୍ତୁତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଅସଲରେ ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ୍ ପିଙ୍କ୍‌ବଲ୍‌ରେ ଖେଳାଯିବ। ଏପରି ସ୍ଥିତିରେ ଦୁଇ ଟିମ୍ ଏହି ଅଭ୍ୟାସ ମ୍ୟାଚ୍ ଜରିଆରେ ନିଜ ନିଜ ପ୍ରସ୍ତୁତିକୁ ଦୃଢ଼ କରିବା ଲକ୍ଷ୍ୟରେ ରହିଛନ୍ତି। ଅନ୍ୟପକ୍ଷରେ ଏହି ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର କେତେକ ପ୍ରଶ୍ନର ଉତ୍ତର ମିଳିବ। ଯଶସ୍ୱୀଙ୍କ ଯୋଡ଼ିଦାର କିଏ ହେବ? ଯଶସ୍ୱୀ ଜୟସ୍ୱାଲ୍ ପର୍ଥ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସ୍‌ରେ ୧୬୧ ରନ୍‌ର ଇନିଂସ୍ ଖେଳିଥିଲେ। କେଏଲ୍ ରାହଲ (୭୭) ମଧ୍ୟ ତାଙ୍କର ଉପଯୁକ୍ତ ସାଥ୍ ଦେଇଥିଲେ। ଉଭୟଙ୍କ ମଧ୍ୟରେ ୨୦୧ ରନ୍‌ର ଓପ୍ନିଂ ପାର୍ଟନରଶିପ୍ ହୋଇଥିଲା। ଏବେ ନିୟମିତ କ୍ୟାପ୍‌ଟେନ୍ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏପରି ସ୍ଥିତିରେ ଯଶସ୍ୱୀଙ୍କ ସହ ଆଡିଲେଡ୍ ଟେଷ୍ଟ୍‌ରେ କିଏ ଓପ୍ନିଂ କରିବ ତାହା ଏହି ମ୍ୟାଚ୍‌ର ଜଣାପଡ଼ିବ। ସେହିପରି ଶୁଭମନ ଗିଲ୍‌ଙ୍କ ପାଇଁ କିଏ ବାଦ୍ ପଡ଼ିବେ ଏହା ଆଉ ଏକ ପ୍ରଶ୍ନ। ଆଙ୍ଗୁଠି ଆଘାତରୁ ଗିଲ୍ ସୁସ୍ଥ ହୋଇସାରିଛନ୍ତି। ଏହି କାରଣରୁ ତାଙ୍କୁ ପର୍ଥ ଟେଷ୍ଟ୍ ଛାଡ଼ିବାକୁ ପଡ଼ିଥିଲା। ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକ୍କଲ୍‌ଙ୍କୁ ସୁଯୋଗ ଦିଆଯାଇଥିଲା, ମାତ୍ର ପାଡିକ୍କଲ୍ ଏହାର ସଦୁପଯୋଗ କରିପାରି ନଥିଲେ। ଗିଲ୍‌ଙ୍କ ପାଇଁ କାହାକୁ ବାହାରେ ବସାଯିବ ତାହା ଏବେ ଦେଖିବାକୁ ବାକି ରହିଲା। ଏହା ବ୍ୟତୀତ ରୋହିତ ଓ ଗିଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ରାହୁଲଙ୍କୁ କେଉଁ ନମ୍ବରରେ ବ୍ୟାଟିଂ ପାଇଁ ପଠାଯିବ ତାହା ଦେଖିବାକୁ ପଡ଼ିବ। ପର୍ଥ ଟେଷ୍ଟ୍‌ରେ ଓପନ୍ କରି ସେ ୨୬ ଓ ୭୭ ରନ୍‌ର ଇନିଂସ୍ ଖେଳିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking