ନୂଆଦିଲ୍ଲୀ :ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ପ୍ରଥମ ମ୍ୟାଚ୍ ନାଗପୁର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଉଛି ସିରିଜ୍ର ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଆଜିର ମ୍ୟାଚ୍ ପାଇଁ ଫିଟ୍ ନାହାନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି ଭାରତର ଉଦୀୟମାନ କ୍ରିକେଟର ଜଶସ୍ୱୀ ଜୟସ୍ୱାଲ । ଟି-ଟ୍ବେଣ୍ଟିରେ ଜଲ୍ୱା ଦେଖାଇବା ପରେ ଏବେ ଦିନିକିଆରେ ସୁଯୋଗ ପାଇଛନ୍ତି । ଏହାସହ ଫାଷ୍ଟ ବୋଲର ହର୍ଷିତ ରାଣା ମଧ୍ୟ ଦିନିକିଆରେ ଡେବ୍ୟୁ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ବୋଲିଂ ଧାର ଦେଖାଇବା ପରେ ଏବେ ତାଙ୍କୁ ଦିନିକିଆ ଦଳରେ ବି ସାମିଲ କରାଯାଇଛି । ଉଭୟ ଦମ୍ଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଟସ୍ ପରେ କ୍ୟାପ୍ଟେନ୍ ରୋହିତ ଶର୍ମା କହିଛନ୍ତି ଯେ, ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ ।










