21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଭାରତ, ଚୀନର ବନ୍ଧୁତା: ପରସ୍ପରକୁ ଦେଲେ ମିଠା

ଭାରତ, ଚୀନର ବନ୍ଧୁତା: ପରସ୍ପରକୁ ଦେଲେ ମିଠା

ବ୍ୟୁରୋ: ସେନା ପ୍ରତ୍ୟାହାର ଓ ଭିତ୍ତିଭୂମି ଉଚ୍ଛେଦ ପରେ ଭାରତ ଓ ଚାଇନା ମଧ୍ୟରେ ଦୀପାବଳି ଠାରୁ ଆରମ୍ଭ ହୋଇଛି ନୂଆ ସମ୍ପର୍କ। ଦୀର୍ଘ ୪ ବର୍ଷ ହେଲା ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଚୁକ୍ତି ଅନୁସାରେ ବୁଧବାର ସେନା ପ୍ରତ୍ୟାହାର ଶେଷ ହୋଇଥିଲା। ଆଜି ଦୁଇ ଦେଶର ସେନା ଏଲଏସିର ବିଭିନ୍ନ ପଏଣ୍ଟରେ ପରସ୍ପରକୁ ଦୀପାବଳିରେ ମିଠା ଦେଇଛନ୍ତି। ଏଥିସହ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ପଏଣ୍ଟରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିବା ସହ ଉତ୍ତେଜନା ହ୍ରାସ କରିଛନ୍ତି। ଆଜି ପରସ୍ପରକୁ ମିଠା ଦେବା ପରେ ଏହି ଦୁଇ ଅଞ୍ଚଳରେ ସହମତି ଭିତ୍ତିରେ ଉଭୟ ଦେଶ ପକ୍ଷରୁ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହୋଇଛି। ଏଥିସହ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଛି କି ନାହିଁ, ତା’ର ମଧ୍ୟ ତଦାରଖ କରାଯାଇଛି।ସୂଚନା ଅନୁଯାଇ , ଆଜି ୫ଟି ବର୍ଡର ପର୍ସନେଲ ମିଟିଂ(ବିପିଏମ) ପଏଣ୍ଟରେ ଦୁଇ ଦେଶ ପରସ୍ପରକୁ ମିଠା ଦେଇଛନ୍ତି। ସେମାନେ ମିଠା ଦେବାର ଫଟୋ ମଧ୍ୟ ଉଠାଇଛନ୍ତି। ଆଜି ଦୀପାବଳି ଥିବାରୁ ମିଠା ଆଦାନ ପ୍ରଦାନ କରାଯାଇଥିବାର ସୂଚନା ମଧ୍ୟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking