27.1 C
Bhubaneswar
Tuesday, December 9, 2025
Homeଓଡିଶାବଢିଲା ବିଧାୟକଙ୍କ ଦରମା: ଜାଣନ୍ତୁ, କେତେ ଥିଲା କେତେ ପାଇବେ ?

ବଢିଲା ବିଧାୟକଙ୍କ ଦରମା: ଜାଣନ୍ତୁ, କେତେ ଥିଲା କେତେ ପାଇବେ ?

ଭୁବନେଶ୍ୱର: ବଢିଲା ବିଧାନସଭା ଜନପ୍ରତିନିଧିଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ଜାଣିରଖନ୍ତୁ, ଏହି ବିଲ୍ ପାରିତ ହେବା ପରେ ବିଧାୟକ ଓ ବାଚସ୍ପତିଙ୍କ ଦରମା କେତେ ବୃଦ୍ଧି ପାଇଛି?

ବାଚସ୍ପତିଙ୍କ ଦରମା ୪୦,୫୦୦ରୁ ୯୮ ହଜାରକୁ ବୃଦ୍ଧି କରାଯାଇଛି । ବୈଠକ ଭତ୍ତା ୮୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି ହୋଇଛି । କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ । ୪୦ ହଜାର ଟଙ୍କା ପାଉଥିଲେ ୯୬ ହଜାର ଟଙ୍କା ମିଳିବ । ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା । ସେହିପରି ଉପବାଚସ୍ପପତି ପାଇବେ ୯୪ ହଜାର ଟଙ୍କା । ପୂର୍ବରୁ ଉପବାଚସ୍ପତିଙ୍କ ଦରମା ୩୮ ହଜାର ଟଙ୍କା ଥିଲା । ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ । କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ଟଙ୍କା ପାଇବେ । ବ୍ୟକ୍ତିଗତ ଭାବେ ୧ ଲକ୍ଷ ୭୭ ହଜାର ଟଙ୍କା ପାଇବେ । ପୂର୍ବରୁ ବ୍ୟକ୍ତିଗତ ଭତ୍ତା ୪୦ ହଜାର ଟଙ୍କା ଥିଲା । ବାସଗୃହ ଭତ୍ତା ବାବଦକୁ ୨ ହଜାର ଟଙ୍କା ମିଳିବ ।

ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ରୁ ୯୮ ହଜାରକୁ ବୃଦ୍ଧି
– ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କାକୁ ବୃଦ୍ଧି
– କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ
– ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ
– ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ
– ଉପ-ବାଚସ୍ପତିଙ୍କ ମାସିକ ଦରମା ୩୮ ହଜାରରୁ ୯୪ ହଜାରକୁ ବୃଦ୍ଧି
– ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ
– କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ
– ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ
– ବାସଗୃହ ଭତ୍ତା ଦୈନିକ ୨୦୦୦ ଟଙ୍କା ପାଇବେ
– ବିଧାୟକମାନଙ୍କ ଦରମା ଓ ଭତ୍ତା କେତେ ମିଳିବ?

ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା
– ୪୦ ହଜାର ଟଙ୍କା ପାଉଥିଲେ ମିଳିବ ୯୬ ହଜାର ଟଙ୍କା
– ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା
– ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ
– କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ
– ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ
– ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା
– ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର
– ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର
– ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା ମିଳିବ
– ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ
– କ୍ୱାଟର ମିଳି ନଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା
– ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ

ଉପବାଚସ୍ପତିଙ୍କ ଦରମା ବୃଦ୍ଧି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking