30.1 C
Bhubaneswar
Wednesday, February 11, 2026
Homeଓଡିଶାମେଜରଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା; ୭ ରୋଡ଼ ରୋମିଓଙ୍କୁ ଗିରଫର ୪ ଘଣ୍ଟା ପରେ ବେଲ୍‌

ମେଜରଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା; ୭ ରୋଡ଼ ରୋମିଓଙ୍କୁ ଗିରଫର ୪ ଘଣ୍ଟା ପରେ ବେଲ୍‌

ଭୁବନେଶ୍ୱର: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ୭ଜଣ ରୋଡ୍ ରୋମିଓଙ୍କୁ ଚନ୍ଦକା ଥାନା ପୁଲିସ ଆଜି ଗିରଫ କରି କୋର୍ଟ ଚାଲଣ କରିଛି। ହେଲେ ଗିରଫର ମାତ୍ର ୪ ଘଣ୍ଟା ପରେ ସେମାନଙ୍କୁ ଜାମିନ୍ ମିଳିଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଡୁମୁଡୁମା ପଞ୍ଚସଖା ନଗରେ ରହୁଥିବା ଭଦ୍ରକ ଚାନ୍ଦବାଲିର ରାକେଶ ନାୟକ(୨୨), ଡୁଡୁମା ଗ୍ରାଣ୍ଡ୍‌ଏନ୍‌କ୍ଲେଭ୍‌ରେ ରହୁଥିବା ସୁନ୍ଦରଗଡ କୋଏଲ୍‌ର ଅଭିଳାଶ ସାମନ୍ତ(୨୨), ସିଜୁଆ ରଣସିଂହପୁରରେରହୁଥିôବା କେନ୍ଦ୍ରପଡ଼ା ମାର୍ଶାଘାଇ ଅଞ୍ଚଳର ଅମନ କୁମାର (୨୧), ଡୁମୁଡୁମା ପଞ୍ଚସଖା ନଗରରେ ରହୁଥିବା ଭଦ୍ରକ ଚଷାଖଣ୍ଡର ଆଦିତ୍ୟ ରଞ୍ଜନ ବେହେରା (୨୧), ଡୁଡୁମା ଗ୍ରାଣ୍ଡ୍‌ଏନ୍‌କ୍ଲେଭ୍‌ରେ ରହୁଥିବା ରାଉରକେଲାର ଆକାଶ ପଢିଆରୀ(୨୨), ଡୁଡୁମା ପଞ୍ଚସଖାନଗରରେ ରହୁଥିବା ରାଉରକେଲାର ହରିଶ ମହନ୍ତ(୨୧) ଓ ଆର୍ଯ୍ୟଭିଲେଜ୍‌ରେ ରହୁଥିବା ଚିଲିକାର ସମୀର ଆଶୀଷ କୁମାର ସ୍ୱାଇଁ(୨୨)।

ପୁଲିସ ସେମାନଙ୍କଠାରୁ ୧୧ଟି ମୋବାଇଲ୍‌, ଦୁଇଟାକାର୍ ଜବତ କରିଛି। ଗିରଫମାନେ ଇଂଜିନିରିଂ ଛାତ୍ର ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତ ୧୫ ତାରିଖ ବିଳମ୍ବିତ ରାତ୍ରୀରେ ସେନା ଅଧିକାରୀ ହରିବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଗିରଫ ଯୁବକମାନେ ଚନ୍ଦକା ରୋଡ୍‌ରେ ଦୁର୍ବ୍ୟବହାର କରିଥିଲେ। ମେଜରଙ୍କ ବାନ୍ଧବୀ ଜଣଙ୍କ ଆଗ ତାଙ୍କୁ ଦୁର୍ବ୍ୟବହାର କରିବା ପରେ ସେମାନେ ତାଙ୍କ ସହ ଯୁକ୍ତିତର୍କ କରିଥିଲେ ବୋଲି ଗିରଫ ଅଭିଯୁକ୍ତମାନେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking