24.9 C
Bhubaneswar
Tuesday, April 7, 2026
Homeଓଡିଶାମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଘଟଣା ; ଆସିଲା ଥାନା ଭିତରର ଚିତ୍ର

ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଘଟଣା ; ଆସିଲା ଥାନା ଭିତରର ଚିତ୍ର

ଭୁବନେଶ୍ବର : ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀଙ୍କ ଘଟଣା ଦିନ ରାତିରେ ରେକର୍ଡ କରିଥିବା ଆଉ ଏକ ଭିଡିଓ। ମେଜର ନିଜେ ଏତଲା ଲେଖୁଥିବା ବେଳେ ତାଙ୍କ ବାନ୍ଧବୀଙ୍କୁ ଓଡ଼ିଆ ଜାଣିନଥିବାରୁ ଗାଳି ଗୁଳଜ କରୁଛି ପୋଲିସ। ପୋଲିସର ବ୍ୟବହାର ନେଇ ଏହି ଭିଡ଼ିଓରେ ପ୍ରଶ୍ନ ଉଠାଇଛନ୍ତି ଯୁବତୀ। ରାତି ଅଧରେ ଯୁବତୀ ଜଣଙ୍କ ଅସହାୟ ହୋଇ ଭିଡିଓ କରୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।
ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking