25.1 C
Bhubaneswar
Thursday, March 19, 2026
Homeଓଡିଶାବାତ୍ୟାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଏକ ସପ୍ତାହ...

ବାତ୍ୟାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଏକ ସପ୍ତାହ ପର୍ଯ୍ୟନ୍ତ ବଢିଲା

– ବାତ୍ୟା ପ୍ରଭାବିତ ଜିଲ୍ଲାରେ ନଭେମ୍ବର ୧ରୁ ୭ ଭିତରେ ପଦଯାତ୍ରା କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ
– ପ୍ରଥମ ପର୍ଯ୍ୟାୟ ପଦଯାତ୍ରା କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ

ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା କାର୍ଯ୍ୟକ୍ରମ ରୁପାନ୍ତିକରଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା ଜନ ସମ୍ପର୍କ କାର୍ଯ୍ୟକ୍ରମକୁ ଏକ ସପ୍ତାହ ପାଇଁ ବୃଦ୍ଧି କରାଗଲା ବୋଲି ସୂଚନା ଦେଇଛନ୍ତି। ଦଳ ତରଫରୁ ଆୟୋଜିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ଜନ ସମର୍ଥନ ମିଳୁଛି। ଦ୍ଵିତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ୨୧ ଅକ୍ଟୋବର ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା।

ସମ୍ପ୍ରତି ରାଜ୍ୟରେ ବାତ୍ୟାର ଭୟ ସୃଷ୍ଟି ହୋଇଛି, ଯାହା ରାଜ୍ୟର ବାରଟି ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ସୂଚନା ମିଳୁଛି। ଏହି ପରିପ୍ରେକ୍ଷୀରେ, ଦଳର ସଭାପତିଙ୍କ ନିଷ୍ପତ୍ତି କ୍ରମେ, ଏହି ଜନ ସମ୍ପର୍କ ପଦଯାତ୍ରାକୁ ଏକ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ ନଭେମ୍ବର ୧ ତାରିଖରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବଢାଗଲା ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଥିଲେ। ତେବେ, ଯେଉଁ ଜିଲ୍ଲା ଗୁଡିକରେ ବାତ୍ୟାର ପ୍ରଭାବ ପଡିବ ନାହିଁ, ସେହି ଜିଲ୍ଲା ଗୁଡିକରେ ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ଦାସବର୍ମା କହିଥିଲେ।

ସମ୍ଭାବ୍ୟ ବାତ୍ୟା ଉପରେ ସାମ୍ବାଦିକମାନଙ୍କୁ ଶ୍ରୀ ଦାସବର୍ମା କହିଲେ, ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟରେ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା ହୋଇ ପାରିଛି। ୧୯୯୯ ମହାବାତ୍ୟା ପରେ ରାଜ୍ୟରେ ଅନେକ ବାତ୍ୟା ଆସିଛି କିନ୍ତୁ ଓଡିଶା ଏହି ସବୁ ବାତ୍ୟାକୁ ଦୃଢତାର ସହିତ ମୁକାବିଲା କରିବାରେ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ମିଳିତ ଜାତିସଂଘ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛି। ଆଶାକରୁ, ବର୍ତ୍ତମାନର ସରକାର ବାତ୍ୟା ମୁକାବିଲା କ୍ଷେତ୍ରରେ ନିଜର ଉତ୍ତରଦାୟିତ୍ଵ ବହନ କରିବେ ଓ ବାତ୍ୟାକୁ ସଫଳତାର ସହିତ ମୁକାବିଲା କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking