35.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶବେଙ୍ଗାଲୁରୁରେ ମହିଳାଙ୍କୁ ୫୦ ଖଣ୍ଡ କରିବା ମାମଲା, ଓଡ଼ିଶାରେ ଲୁଚିଛି ମୁଖ୍ୟ ଅଭିଯୁକ୍ତ

ବେଙ୍ଗାଲୁରୁରେ ମହିଳାଙ୍କୁ ୫୦ ଖଣ୍ଡ କରିବା ମାମଲା, ଓଡ଼ିଶାରେ ଲୁଚିଛି ମୁଖ୍ୟ ଅଭିଯୁକ୍ତ

ବେଙ୍ଗାଲୁରୁ : ଓଡ଼ିଶାରେ ଲୁଚିଛି ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିବା ସନ୍ଦିଗ୍ଧ ଯୁବକ। ବେଙ୍ଗାଲୁରୁ ପୁଲିସ୍‌ ଘଟଣାର ତନାଘନା କରୁଥିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଓଡ଼ିଶା ଚାଲି ଆସିଛି। ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କାଟି ଫ୍ରିଜରେ ରଖିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିଟି ପୁଲିସ କମିଶନର ବି.ଦୟାନନ୍ଦ କହିଛନ୍ତି ଯେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଘର ହେଉଛି ଓଡିଶାରେ। ସେ ମୃତ ମହିଳାଙ୍କର ପ୍ରେମିକ ଥିଲା ଏବଂ ଏଠାରେ ଆସି ଅନେକ ସମୟରେ ରହୁଥିଲା। ହତ୍ୟାକାଣ୍ଡ ପରେ ସେ ଫେରାର ହୋଇଯାଇଛି। ବର୍ତ୍ତମାନ ସେ ପଶ୍ଚିମବଙ୍ଗରେ ରହୁଥିବା ସୂଚନା ମିଳିଛି। ତାକୁ ଧରିବାକୁ ୬ଟି ଟିମ ଗଠନ କରାଯାଇଛି। କମିଶନର କହିଛନ୍ତି ଏହାଦ୍ୱାରା ତଦନ୍ତ ପ୍ରଭାବିତ ହେବ ଏବଂ ଅଭିଯୁକ୍ତକୁ ତାହା ସହାୟକ ହୋଇପାରେ। ସେ କହିଛନ୍ତି ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ। ତେବେ ଘଟଣା ସମ୍ପର୍କରେ ମୃତ ମହିଳାଙ୍କୁ ନେବା ଆଣିବା କରୁଥିବା ଜଣେ ବ୍ୟକ୍ତି ଓ ସଫିମଲରେ ଜଣେ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଇଛି। ଯାଞ୍ଚ ବେଳେ ଫ୍ରିଜ ଭିତରୁ ମହିଳାଙ୍କର ୫୯ ଖଣ୍ଡ ମାଂସ ଟୁକୁଡା ମିଳିଛି। ଫ୍ରିଜ ନିକଟରେ ଏକ ନୀଳ ସୁଟକେଶ ମଧ୍ୟ ରହିଛି। ସେହି ସୁଟକେଶ ମାମଧ୍ୟମରେ କିଛି ମାଂସ ଟୁକୁଡାକୁ ବାହାରେ ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି। ମୃତମହିଳା ତାଙ୍କ ସ୍ୱାମୀ ଓ ଝିଅଠାରୁ ଅଲଗା ହୋଇ ପ୍ରାୟ ୬ ମାସ ହେଲା ଏଠାରେ ଭଡା ଘରେ ରହୁଥିଲେ। ଅପରପକ୍ଷରେ ମୃତ ମହିଳାଙ୍କ ସ୍ୱାମୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପ୍ରେମିକ ହିଁ ମୁଖ୍ୟ ହତ୍ୟାକାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking