26.1 C
Bhubaneswar
Friday, November 1, 2024
Homeଓଡିଶାନଭେମ୍ୱରରେ ଓଡ଼ିଶାକୁ ପୁଣି ବାତ୍ୟା ଭୟ !

ନଭେମ୍ୱରରେ ଓଡ଼ିଶାକୁ ପୁଣି ବାତ୍ୟା ଭୟ !

ଭୁବନେଶ୍ୱର :  ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ ଦିଗକୁ ଗତିକରି ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ । ୭ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇପାରେ । ଅବପାତରୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା କମ । ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋଜେନେସିସ ଅନୁସାରେ ଅବପାତରୁ ଅଧିକ ଘନୀଭୂତ ହେବାର ସମ୍ଭାବନା ମାତ୍ର ୩୩ ପ୍ରତିଶତ ରହିଛି । ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଓଡ଼ିଶାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନାହିଁ । ଏବେ ପାଗ ଶୁଖିଲା ରହିବ । ଉତ୍ତର ଓ ପୂର୍ବ ଉତ୍ତର ଦିଗରୁ ଆସୁଥିବା ପବନ, ଉପକୂଳର ଶୁଷ୍କ ବାୟୁ ସାଙ୍ଗରେ ମିଶିବା ପରେ କିଛି ଅଞ୍ଚଳରେ ଘଡଘଡି ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିଛି ।

ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗୋଟିଏ ପଟେ ଦାନାର ଦୁଃଖ ଯାଇନି, ଅନ୍ୟପଟେ ଚର୍ଚ୍ଚା ହେଉଛି ଆଉ ଏକ ବାତ୍ୟା ନଭେମ୍ବରରେ ଓଡ଼ିଶା ଆସିବ । ଏକଥା ଶୁଣି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । କିନ୍ତୁ ଆଇଏମଡିର ଆକଳନ ଅନୁସାରେ ଏହି ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ବଙ୍ଗେପାସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଦ୍ବିତୀୟ ସପ୍ତାହରେ ଏହା ଅବପାତର ରୂପନେଇ ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୭ରୁ ୧୧ ନଭେମ୍ଭର ଭିତରେ ପ୍ରବଳରୁ ଅତିପ୍ରବଳ ବର୍ଷା ତାମିଲନାଡ଼ୁ, ରାୟଲସୀମା ଓ କେରଳରେ ହେବ । ପାଣିପାଗ ବିଜ୍ଞାନୀଙ୍କ ମତରେ ନଭେମ୍ୱରରେ ବଙ୍ଗୋପସାଗରରେ ବାତ୍ୟା ଆସିଲେ ଓଡ଼ିଶା ଉପରେ ବିପଦ କମ୍ ରହିଥାଏ। କାରଣ ଏହାର ଗତି ଆନ୍ଧ୍ରପ୍ରଦେଶ କିମ୍ବା ତାମିଲାନାଡୁ ପଟକୁ ରହିଥାଏ । ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଗାମୀ ୭ ଦିନ ପର୍ୟ୍ୟନ୍ତ କୌଣସି ୱାର୍ଣ୍ଣିଙ୍ଗ ନଥିବା ସ୍ବଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking