24.5 C
Bhubaneswar
Thursday, January 16, 2025
Homeଓଡିଶାଝାରସୁଗୁଡାରେ ୫ବର୍ଷରେ ୧୫୪ଲକ୍ଷ ଟଙ୍କାର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ

ଝାରସୁଗୁଡାରେ ୫ବର୍ଷରେ ୧୫୪ଲକ୍ଷ ଟଙ୍କାର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ

ଭୁବନେଶ୍ୱର, ୨୧ । ୦୨ : ଓଡିଶାରୁ ଗତ ୫ବର୍ଷ ଅର୍ଥାତ୍‍ ୨୦୧୯-୨୦ ରୁ ୨୦୨୩-୨୪ ବର୍ଷ ମଧ୍ୟରେ ଓଡିଶାରୁ ୧୨କୋଟି ଟଙ୍କାରୁ ଅଧିକ ମୂଲ୍ୟର ହସ୍ତତନ୍ତ ବସ୍ତ୍ର ଓ ଅନ୍ୟାନ୍ୟ ହସ୍ତତନ୍ତ ଉତ୍ପାଦନ ସାମଗ୍ରୀ ରପ୍ତାନି ହୋଇଛି । ଏହି ସମୟରେ ଝାରସୁଗୁଡା ଜିଲ୍ଲାରେ ୧୫୪ ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ ଉତ୍ପାଦନ ହୋଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ ଓଡିଶାରେ ମୋଟ୍‍ ୧,୨୬,୮୭୩ ଜଣ ହସ୍ତତନ୍ତ ବୁଣାକାର ରହିଛନ୍ତି ଏବଂ ସେମାନେ ବାର୍ଷିକ ୧୯୮.୪୬ଲକ୍ଷ ବର୍ଗମିଟରର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରୁଛନ୍ତି । ବିଗତ ୫ବର୍ଷ ମଧ୍ୟରେ ରାଜ୍ୟ ବାହାରେ ୪୬୫୬.୫୭ ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ ବିକ୍ରି ହୋଇଛି । ସେହିଭଳି ୫ବର୍ଷ ମଧ୍ୟରେ ୧୨୮୯.୦୨ ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ ରପ୍ତାନି ହୋଇଛି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ୬୫୯ ଜଣ ହସ୍ତତନ୍ତ ବୁଣାକାର ଥିାବବେଳେ ଏହି ଜିଲ୍ଲାରେ ୫ବର୍ଷ ମଧ୍ୟରେ ୧୫୪ ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଛି । ତେବେ ପୂର୍ବବର୍ଷଗୁଡିକ ତୁଳନାରେ ୨୦୨୩-୨୪ ବର୍ଷରେ ସବୁଠାରୁ କମ୍‍ ମୂଲ୍ୟର ହସ୍ତତନ୍ତ” ସାମଗ୍ରୀ ଉତ୍ପାଦନ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking