33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଦିଲ୍ଲୀରେ ବଢ଼ିଲା ବିଧାୟକ ପାଣ୍ଠି, ୧୦ରୁ ହେଲା ୧୫ କୋଟି

ଦିଲ୍ଲୀରେ ବଢ଼ିଲା ବିଧାୟକ ପାଣ୍ଠି, ୧୦ରୁ ହେଲା ୧୫ କୋଟି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍ ଏକ ବଡ଼ ନିଷ୍ପତ୍ତି ନେଇଛି । ବିଧାୟକ ପାଣ୍ଠିକୁ ବୃଦ୍ଧି କରାଯାଇ ୧୫ କୋଟି ଟଙ୍କା କରାଯାଇଛି । ଏହା ପୂର୍ବରୁ ବାର୍ଷିକ ୧୦ କୋଟି ଟଙ୍କା ଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଦିଲ୍ଲୀରେ ସର୍ବାଧିକ ବିଧାୟକ ପାଣ୍ଠି ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ବିଭିନ୍ନ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ସିଏମ କହିଥିଲେ ଯେ ଦିଲ୍ଲୀରେ ବିଧାୟକ ପାଣ୍ଠିକୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି ।

ବିଧାୟକ ପାଣ୍ଠିକୁ ବାର୍ଷିକ ୧୦ କୋଟିରୁ ବଢ଼ାଇ ୧୫ କୋଟି ଟଙ୍କା କରାଯାଇଛି । ପୂରା ଦେଶରେ କୌଣସି ବି ରାଜ୍ୟରେ ବିଧାୟକଙ୍କର ଏତେ ବଡ଼ ପାଣ୍ଠି ନାହିଁ । ଆତିଶୀ କହିଛନ୍ତି, ଯଦି ଆମେ ତଥ୍ୟକୁ ଦେଖିବା, ତେବେ ଗୁଜରାଟ ୧.୫ କୋଟି ଟଙ୍କା ଦେଇଥାଏ । ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ପ୍ରତିବର୍ଷ ୨-୨ କୋଟି ଟଙ୍କା ଦେଇଥାନ୍ତି । ଓଡିଶା, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ପ୍ରତ୍ୟେକ ୩ କୋଟି ଟଙ୍କା ଦିଅନ୍ତି । ଏହିପରି ମହାରାଷ୍ଟ୍ର, କେରଳ, ଝାଡଖଣ୍ଡ, ତେଲଙ୍ଗାନା, ରାଜସ୍ଥାନ, ଉତ୍ତରପ୍ରଦେଶ ପ୍ରତିବର୍ଷ ବିଧାୟକ ପାଣ୍ଠି ଭାବରେ ୫ କୋଟି ଟଙ୍କା ପ୍ରଦାନ କରୁଛନ୍ତି । ଦିଲ୍ଲୀ ୧୫ କୋଟି ଟଙ୍କା ବିଧାୟକ ପାଣ୍ଠିକୁ ଦେବ । ଏହା କେବଳ ଦେଶରେ ସର୍ବାଧିକ ନୁହେଁ, ବରଂ ଅନ୍ୟ ରାଜ୍ୟ ତୁଳନାରେ ତିନି ଗୁଣ ଅଧିକ । ଆମ ସରକାର ଦିଲ୍ଲୀବାସୀଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking