24.1 C
Bhubaneswar
Wednesday, March 11, 2026
Homeଅପରାଧମହିଳା ଓ ଶିଶୁ ବିରୋଧରେ ଅପରାଧ ମାମଲା, ନ୍ୟାୟ ପାଇଁ ସମୟ ସୀମା ନିର୍ଦ୍ଧାରଣ ଜରୁରୀ

ମହିଳା ଓ ଶିଶୁ ବିରୋଧରେ ଅପରାଧ ମାମଲା, ନ୍ୟାୟ ପାଇଁ ସମୟ ସୀମା ନିର୍ଦ୍ଧାରଣ ଜରୁରୀ

ନୂଆଦିଲ୍ଲୀ: କୋଲକାତାର ଭୟଙ୍କର ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତୀତ ପରି, ଆମେ ମହିଳାମାନଙ୍କ ବିଷୟରେ ଆଲୋଚନା କରିବା । କିନ୍ତୁ ପରିଶେଷରେ କୌଣସି ନିଷ୍କର୍ସ କିମ୍ବା କୌଣସି ପ୍ରମୁଖ ପରିବର୍ତ୍ତନ ଘଟିବ ନାହିଁ । ଏଥିପାଇଁ ବିଧି ବ୍ୟବସ୍ଥା ରହିଛି । ଏହାକୁ ନେଇ ନୀତି ନିୟମ ପ୍ରଣୟନ ହୋଇଛି । ଏହାର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି । ମାତ୍ର ବାସ୍ତବରେ ଗ୍ରାଉଣ୍ଡ ଜିରୋରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ । ମହିଳାମାନେ ପୁଣି ଦୁଷ୍କର୍ମକାରୀ, ବଳାତ୍କାରକାରୀ ଏବଂ ଅସାମାଜିକ ବ୍ୟକ୍ତି ଏବଂ ଅପରାଧୀଙ୍କ କଳା କାରନାମାର ଶିକାର ହେବା ସାର ହେବ ।

ଘରୋଇ ହିଂସା ଆମ ସମାଜରେ ଗଭୀର ଭାବେ ଜଡିତ । ବେଳେ ବେଳେ ଏହା ସମାଜରୁ ରାଜରାସ୍ତା ପର୍ଯ୍ୟନ୍ତ ବ୍ୟାପୀଥାଏ । ସହରର ସିସିଟିଭି କ୍ୟାମେରାରେ ଏ ଭୟଙ୍କର ଚିତ୍ର କଏଦ ହୁଏ । ଏ ହା ଦୂର ଦୂର ପର୍ଯ୍ୟନ୍ତ ପ୍ରଘଟ ହୁଏ ଏବଂ ଦୃଶ୍ୟମାନ ହୁଏ । ମାତ୍ର ତା ପରେ କ’ଣ ହୁଏ ଆମେ ଏଭଳି ମହିଳା ନିର୍ଯାତନା ମାମଲା ପଢ଼ିଛୁ, ଯେଉଁଥିରେ ଜଣେ ପୀଡ଼ିତା ଜଣେ ପୁରୁଷର କଥାକୁ ଅସ୍ୱୀକାର କରିବାରୁ, ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ପୁରୁଷ, ମହିଳା ଜଣଙ୍କୁ ଆକ୍ରମଣ କରିବା ସହ ହତ୍ୟା କରେ । ଏହା ସହ ନିଜର କ୍ରୋଧ ବାହାର କରେ । ଦୁଇ ସପ୍ତାହ ପୂର୍ବରୁ, ରାଜସ୍ଥାନର ଏକ ଏଭଳି ମାମଲାରେ, ଜଣେ ଛାତ୍ରୀ ଅନ୍ୟଜଣେ ପୁରୁଷ ବ୍ୟକ୍ତିର ବନ୍ଧୁ ହେବାକୁ ମନା କରିଦେବାକୁ, ସଂପୃକ୍ତ ବ୍ୟକ୍ତି, ତାଙ୍କୁ ଟ୍ରେନ ଲାଇନକୁ ଠେଲି ଦେଇ ହତ୍ୟା କରିଥିଲା । ଏହି ମାମଲାରେ ପୀଡ଼ିତାର ବୟସ ମାତ୍ର ୧୫ ବର୍ଷ ଥିଲା । ଆଉ ଏକ ଉଦାହରଣ – ଉତ୍ତରପ୍ରଦେଶର ମଥୁରାରେ ଗତ ଜୁନ ମାସରେ ଘଟିଥିଲା ।

ଏଥିରେ ଜଣେ ଛାତ୍ରୀ ଫେସବୁକ ଫ୍ରେଣ୍ଡ ଅଫର ପ୍ରତ୍ୟାଖ୍ୟାନ କରିବାରୁ, ତାକୁ ନିର୍ମମ ହତ୍ୟା କରାଯାଇଥିଲା । ମହିଳା ବିରୋଧୀ ହିଂସାର ଏଭଳି ଲମ୍ବା ତାଲିକା ରହିଛି । ମାତ୍ର ଏଭଳି ଶହ ଶହ ମାମଲା ରିପୋର୍ଟ ହୋଇନାଥାଏ । ହାତଗଣତି ମାମଲା ଲୋକ ଲୋଚନକୁ ଆସିଥାଏ । ଯେତେବେଳେ ଏଭଳି ଘଣଟା ପଦାକୁ ଆସେ, ମାତ୍ର ଅଳ୍ପ ସମୟ ପାଇଁ ସମାଜରେ ହଟଚମଟ ସୃଷ୍ଟି ହୋଇ ନିରବୀ ଯାଏ । ଜଷ୍ଟିସ ମଦନ ଲୋକୁରଙ୍କ କୁହନ୍ତି କୌଣସି ପ୍ରକାର ହତ୍ୟା ହେଉନା କାହିଁକି, ଏହା ନିଶ୍ଚିତ ଭାବେ ଭୟଙ୍କର । ଏହା କୋଲତାତାର ସାବାଳିକା ମହିଳା ଡାକ୍ତର ହୁଅନ୍ତୁ, କିମ୍ବା ରାଜସ୍ଥାନ କିମ୍ବା ୟୁପି ମଥୁରାର ନାବାଳିକା ହୁଅନ୍ତୁ, ମହିଳାଙ୍କ ବିରୋଧରେ ଯୌନ ନିର୍ଯାତନା ମୋ ମତରେ ସମାନ ଭାବେ ଭୟଙ୍କର ଏବଂ ସାଂଘାତିକ । ସେହିପରି ମହାରାଷ୍ଟ୍ର ବଦଲାପୁରରେ ମାତ୍ର ୩ / ୪ ବର୍ଷର ଜଣେ ସ୍କୁଲ ଛାତ୍ରୀକୁ ଯୌନ ନିର୍ଯାତନା ଅଧିକ ଭୟଙ୍କର ଅଟେ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ପୋଲିସ-ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ସାଧାରଣରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ଲୋକେ ରାଜରାସ୍ତା ଠାରୁ ରେଳପଥ, ସବୁଠି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking