ନୂଆଦିଲ୍ଲୀ: ପହଲଗାମ ହମଲାକୁ ନେଇ ଗୃହ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୃହ ସଚିବଙ୍କ ସହ ବିଏସଏଫ, ଆସାମ ରାଇଫଲ ଓ ଏନଏସଜି ଡିଜି ଉପସ୍ଥିତ ଅଛନ୍ତି । ସିଆରପିଏଫ ଓ ସିଆଇଏସଏଫର ପ୍ରମୁଖ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ପହଲଗାମ ଆକ୍ରମଣ ପରେ ଆତଙ୍କ ବିରୋଧୀ ଅପରେସନ ଜୋରଦାର ହୋଇଛି । ଜମ୍ମୁ – କାଶ୍ମୀରର ଅନେକ ସ୍ଥାନରେ ଅପରେସନ ଜାରି ରହିଛି ।










