ଭୁବନେଶ୍ୱର : +୩ ନାମଲେଖାକୁ ନେଇ ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲାଙ୍କୁ ପୁଣି ମିଳିବ ସୁଯୋଗ । ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖା ପାଇଁ କରିପାରିବେ ଆବେଦନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି । ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ୨୬ ତାରିଖ ରାତି ୧୧ଟା ୪୫ ଯାଏଁ କରିପାରିବେ ଆବେଦନ ।










