ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ କାଯ୍ୟକ୍ରମ ପାଇଁ ସରକାର ସମ୍ପୁର୍ଣ ପ୍ରସ୍ତୁତ ଅଛନ୍ତି । ପ୍ରସ୍ତୁତିକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ପ୍ରବାସୀମାନେ ରାଜଧାନୀର ବିଭିନ୍ନ ମନ୍ଦିର ଓ ପାର୍କ ବୁଲିବେ । ମନ୍ଦିରରେ ସଫାସୁତୁରା ସହ ପାର୍କରେ ସାଜସଜ୍ଜା କରାଯାଇଛି । ଘର ସାମ୍ନା ସଜାଇବାକୁ ଭୁବନେଶ୍ୱରବାସୀଙ୍କୁ ମନ୍ତ୍ରୀଙ୍କ ନିବେଦନ ରହିଛି ।