27.1 C
Bhubaneswar
Thursday, June 27, 2024
Homeଓଡିଶାମୁଁ ଡରିଯିବା ଲୋକ ନୁହେଁ : ଶରତ

ମୁଁ ଡରିଯିବା ଲୋକ ନୁହେଁ : ଶରତ

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରାଯିବା ଭଳି ଏକ ଖବର ସାମନାକୁ ଆସିଛି । ତେବେ କେଉଁ ଶୋଭାଯାତ୍ରା କି ରାସ୍ତାରେ ଯାଉଥିବାବେଳେ ଏହି କାଳିମାଡ଼ ହୋଇନି, ବରଂ କଂଗ୍ରେସ ଭବନ ଭିତରେ ହିଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନସ୍ଥିତ ତାଙ୍କ ଚାମ୍ବରରେ ବସିଥିଲେ । ତେବେ ହଠାତ କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇଥିଲେ । କେହି କିଛି ବୁଝିବା ଆଗରୁ ସମ୍ପୃକ୍ତ ଯୁବକମାନେ ଶରତ ପଟ୍ଟନାୟକଙ୍କୁ ଉପରକୁ କାଳିମାଡ଼ କରିଥିଲେ ।
ତେବେ ଏଭଳି ଘଟଣା ପରେ  ଶରତ ପଟ୍ଟନାୟକ କହିଛନ୍ତି ଯେ ଗୋଟିଏ ପଟେ ଅହିଂସାର ମାର୍ଗ । ମହାତ୍ମାଗାନ୍ଧୀଙ୍କ ପାର୍ଟି ହେଉଛି କଂଗ୍ରେସ ଦଳ । ଆମେ ସବୁବେଳେ ମହାତ୍ମାଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରି ଆଗକୁ ଯାଉଛୁ । ଆଉ ଗୋଟିଏ ପଟେ ନାଥୁରାମ ଗଡ଼ସେ ଭଳି ଆଚରଣ । ସଦାସର୍ବଦା କଂଗ୍ରେସ ଏଭଳି ଉତଥାନପତନ ଦେଖିକରି ଆସିଛି । ଦୀର୍ଘ ୪୦ ବର୍ଷ ହେଲା ମୁଁ ଛାତ୍ର କଂଗ୍ରେସ ଜୀବନରୁ ଦେଖି ଆସିଛି ଯେ ରାଜନୀତି ଜୀବନରେ କେତେବେଳେ ଫୁଲମାଳ ମିଳେ ତ କେତେବେଳେ ଜୋତା ବି ଫିଙ୍ଗାଯାଏ ତ କେତେବେଳେ ଟେକା ବି ଫିଙ୍ଗାଯାଏ । କେତେବେଳେ ଏସିଡ ବି ଫିଙ୍ଗାଯାଏ ତ କେତେବେଳେ କାଳିମାଡ଼ ବି ହୋଇଥାଏ ।  ଏଇଟା ମୋ ପାଇଁ ନୂଆ ନୁହଁ । କି ମୁଁ ଏଥିରେ ବ୍ୟଥିତ ହେବାର ପ୍ରଶ୍ନ ଉଠୁନାହିଁ । ଛାତ୍ର ଜୀବନରୁ ଲଢେ଼ଇ କରିବା ଶିଖି ଶିଖି ଆସିଛି । କୌଣସି ଶକ୍ତି ମୋତେ ଦବାଇ ରଖିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking