32.1 C
Bhubaneswar
Tuesday, March 31, 2026
Homeଓଡିଶାଯାଜପୁରରେ ଚାଲିଛି ବେଆଇନ ବାଲି ଚୋରା ଚାଲାଣ

ଯାଜପୁରରେ ଚାଲିଛି ବେଆଇନ ବାଲି ଚୋରା ଚାଲାଣ

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଚାଲିଛି ବେଆଇନ ବାଲି ଘାଟ। ନାମ କୁ ମାତ୍ର ଲିଜ ନେଇ ମନ ଇଚ୍ଛା ଲୁଟି ଚାଲିଛନ୍ତି ଲିଜ ଧାରୀ। ଯାହା ଫଳରେ ଦିନକୁ ଦିନ ବିଗିଡିବାରେ ଲାଗିଛି ପରିବେଶ ପ୍ରଦ୍ୟୁଷଣ। ଅଭିଯୋଗ କଲେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ। ଯାଜପୁର ବ୍ଲକ ର ବନ୍ଧମୁଣ୍ଡା ଏବଂ କମଳପୁର ଅଞ୍ଚଳ ରେ ବେଇଆନ ବାଲି ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗତକାଲି ଯୁବନେତା ସଂଗ୍ରାମ ପାତ୍ରଙ୍କ ନେତୃତ୍ବରେ ବେଆଇନ ବାଲି ଉଠା ଚାଲିଥିବା ବେଳେ ଘାଟ କୁ ବିରୋଧ କରିଥିଲେ ଗ୍ରାମବାସୀ । ତୁରନ୍ତ ଉକ୍ତ ଅଞ୍ଚଳ ରେ ବାଲି ଚୋରା ଚାଲାଣ ବନ୍ଦ କରିବା ଦାବି ରେ ଗ୍ରାମବାସୀ ଲଘୁ ଖଣି ବିଭାଗ ର ଦ୍ବାରସ୍ଥ ହୋଇଛନ୍ତି। ତୁରନ୍ତ ବାଲି ଚୋରା ଚାଲାଣ ବନ୍ଦ ନ ହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking