14.1 C
Bhubaneswar
Friday, January 16, 2026
Homeଓଡିଶାମହିଳାଙ୍କ ଜୀବନ ନେଲା ବେଆଇନ ହମ୍ପ୍‌ସ୍‌

ମହିଳାଙ୍କ ଜୀବନ ନେଲା ବେଆଇନ ହମ୍ପ୍‌ସ୍‌

ଓଡ଼ଗାଁ: ଗତ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କାଦୁଆ ଗ୍ରାମର ଜଣେ ମହିଳା ବାଇକରୁ ହମ୍ପ୍‌ସରେ ଖସି ମୃତ୍ୟୁବରଣ କରିଥିବା ବେଳେ ଆଜି ଆଉ ଜଣେ ମହିଳା ସେହି ହମ୍ପସରେ ବାଇକରୁ ଖସି ମୃତ୍ୟୁବରଣ କରିଛନ୍ତି। ହମ୍ପ୍‌ସରେ ପଡ଼ି ଦୁଇଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ପ୍ରଶାସନ ସବୁଜାଣି ନିଘୋଡ଼ ନିଦ୍ରାରେ ଶୋଇଛି। ଫଳରେ ଦୁଇ ଦୁଇଜଣଙ୍କ ପରିବାର ଉଜୁଡ଼ି ଯାଇଛି।ସୁଚନା ଅନୁଯାୟୀ ଓଡ଼ଗାଁ ଥାନା ନୂଆଗାଁ ବ୍ଲକ୍ ସୁରୁକାବାଡି ଗ୍ରାମର ଲକ୍ଷ୍ମଣ ବେହେରା ବାଇକ୍ ଯୋଗେ ସ୍ତ୍ରୀ ରତ୍ନମାଳା ବେହେରା (୩୦) ଓ ପିଲାଙ୍କୁ ନେଇ ଓଡଗାଁରୁ ଘରକୁ ଫେରୁଥିବା ସମୟରେ ହାତିଆଶିଳା ନିକଟରେ ଥିବା ବେଆଇନ୍ ହମ୍ପସରେ ଖସି ପଡିଥିଲେ। ମହିଳା ଜଣକ ତଳେପଡ଼ି ମୂର୍ଚ୍ଛା ଯିବାପରେ ସ୍ଥାନୀୟ ଲୋକ ଉଦ୍ଧାରକରି ପ୍ରଥମେ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ୮ଦିନ ମଧ୍ୟରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପୁଲିସ ପ୍ରଶାସନ ସବୁଜାଣି ଚୁପ୍ ବସିଛି। ଏହି ରାସ୍ତା ଉପରେ ବେଆଇନ ହମ୍ପ୍‌ସ କିଏ ନିର୍ମାଣ କଲା, ହମ୍ପ୍‌ସ ନିର୍ମାଣ ପାଇଁ କିଏ ଅନୁମତି ଦେଲା ବୋଲି ଅଭିଯୋଗ ଉଠିଛି। ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଉଠିଥିବାବେଳେ ହମ୍ପସରେ ପଡ଼ି ଅନେକ ପରିବାର ଉଜୁଡ଼ିବାରେ ଲାଗିଛି। ତୁରନ୍ତ ବେଆଇନ ହମ୍ପସ ହଟାଯାଉ ବୋଲି ବୁଦ୍ଧିଜୀବୀ ଦାବି ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking