16.1 C
Bhubaneswar
Monday, January 12, 2026
Homeଓଡିଶାସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୦ତମ ଦିନରେ ୧.୫୯ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ସାମଗ୍ରୀ...

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୦ତମ ଦିନରେ ୧.୫୯ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ସାମଗ୍ରୀ ଜବତ

ଭୁବନେଶ୍ୱର : ଗତ ଡିସେମ୍ବର ୨୦ରୁ ଚାଲିଥିବା ଥିବା ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୦ତମ ଦିନରେ ବିଭାଗ ୨୬୦ଟି ମାମଲା ରୁଜୁ କରିଛି I ଏଥିରେ ୭ଟି ମାମଲା ଏନ୍‌ଡିପିଏସ୍ ଆଇନ ଅଧୀନରେ ରୁଜୁ ହୋଇଛି। ଏହି ଦିନରେ ହୋଇଥିବା ଚଢ଼ାଉରେ ୧.୫୯ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରାଯାଇଥିବା ସହ ୧.୯୮ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ମଧ୍ୟ ନଷ୍ଟ କରାଯାଇଛି। ବିଭାଗ ତରଫରୁ ହସ୍ତଗତ ତଥ୍ୟ ଅନୁଯାୟୀ, ଏହି ଦିନର କାର୍ଯ୍ୟାନୁଷ୍ଠାନରେ ୧୫୦ ଜଣଙ୍କୁ ଗିରଫ କରାଯାଇଛି। ଏଥି ସହ ମାମଲାରେ ସଂପୃକ୍ତ ୨୩ଟି ଗାଡ଼ି ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୨,୨୩୮ ଲିଟର ବେଆଇନ ଭାବେ ପ୍ରସ୍ତୁତ ମଦ ଏବଂ ୨୬୧ ଲିଟର duty-paid liquor ରହିଛି । ଏହା ସହ ୧,୧୩,୯୮୫ ଲିଟର ମହୁଲି ପୋଚ, ୮,୪୯୦ କିଲୋଗ୍ରାମ ଗୁଡ଼ ପୋଚ ଏବଂ ୨,୭୦୦ କିଲୋଗ୍ରାମ ମହୁଲି ଫୁଲ ଜବତ କରାଯାଇଛି। ବେଆଇନ ତଥା ନିଷିଦ୍ଧ ନିଶା ଦ୍ରବ୍ୟ ମଧ୍ୟରେ ୨୯୮ କିଲୋଗ୍ରାମ ଗଞ୍ଜେଇ ଏବଂ ୮୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି । ଏହା ସହିତ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅବକାରୀ ଦଳ ବେଆଇନ ଗଞ୍ଜେଇ ଚାଷ ସମ୍ପର୍କିତ ୨ଟି ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking