22.1 C
Bhubaneswar
Wednesday, December 17, 2025
Homeଓଡିଶାବେଆଇନ ଗୋ-ଚାଲାଣ: ୧୦ ଗୋରୁ ଉଦ୍ଧାର

ବେଆଇନ ଗୋ-ଚାଲାଣ: ୧୦ ଗୋରୁ ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଗୋ ଚାଲାଣ ବନ୍ଦ ହେବାର ନାଁ ନେଉନାହିଁ। ବରଂ ଆଇନକୁ ଚ୍ୟାଲେଞ୍ଜ ଦେଇ ଦିନକୁଦିନ ବଢ଼ିବାରେ ଲାଗିଛି। ତେବେ ଏଭଳି ବେଆଇନ ଗୋ ଚାଲାଣକୁ ପ୍ରୋତ୍ସାହନ ଯୋଗାଇ ସୁରକ୍ଷା ଦେବା ପଛରେ କେହି ନା କେହି ଜଣେ ସ୍ଥାନୀୟ ଲୋକ ରିଂ ମାଷ୍ଟର ଥିବାର ଅନୁମାନ କରାଯାଉଛି। ତେବେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ବିଭିନ୍ନ ଚୋରା ଗଳା ରାସ୍ତାରେ ବେଆଇନ ଭାବେ ଗାଈ ଗୋରୁ ଚାଲାଣ ହୋଇ ପୋଡଶୀ ପଶ୍ଚିମବଙ୍ଗକୁ ଯାଉଥିବା ଦେଖିବାକୁ ମିଳୁଛି । ପୋଲିସର ଗତିବିଧି ଉପରେ ନଜର ରଖି ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ପୋଲିସ ମଧ୍ୟ ମଝିରେ ମଝିରେ କିଛି ଗାଡିକୁ ଧରିବାରେ ସଫଳ ହେଉଛି । ତେବେ ଆଜି ବିଳମ୍ବିତ ରାତିରେ ଏକ ପିକଅଫରେ ଅମାନୁସିକ ଭାବେ ଗୋ ଚାଲାଣ ହେଉଥିବା ଖବରପାଇ ଶୁଳିଆପଦା ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା । ଦୃତଗତିରେ ବେଆଇନ ଗାଈ ଗୋରୁ ନେଇ ଯାଉଥିବା ପିକଅପ କୋଷ୍ଠା ଅଞ୍ଚଳର ମହୁଲିଆ ଠାରେ ଏକ ଗଛରେ ବାଡ଼େଇ ହୋଇଥିଲା ।

ପୋଲିସ ପହଞ୍ଚିଲା ବେଳକୁ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ହେଲପର ବଡ଼ସାହି ଥାନା ଅନ୍ତର୍ଗତ ବାଲିଜୁଡି ଗ୍ରାମର ରୁହିଆ ସିଂ କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତେବେ ଉକ୍ତ ପିକଅପ ଗାଡ଼ିରେ ୧୧ଟି ଗାଈ ଗୋରୁ ଥିବା ବେଳେ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି । ଉଦ୍ଧାର ଗୋରୁଙ୍କ ପାଇଁ ଖାଦ୍ୟ, ପାନୀୟର ବ୍ୟବସ୍ଥା କରିଥିଲା ପୋଲିସ । ଯାହାକୁନେଇ ଏକ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ସତ୍ୟନାରାୟଣ ବଳ । ଅପରପକ୍ଷରେ ବିଳମ୍ବିତ ରାତିରେ ଏକାଧିକ ପିକଅପ ଗାଡିରେ ବେଆଇନ ଗୋ ଚାଲାଣ ହେଉଥିବା ଏକ ଭିଡିଓରୁ ଜଣାପଡିଛି। ତେବେ ଶୁଳିଆପଦା ଥାନା ପୋଲିସ ପକ୍ଷରୁ ଉକ୍ତ ସ୍ଥାନ ସମ୍ପର୍କରେ ତର୍ଜମା କରି ଚିହ୍ନଟ କରିବା ସହିତ ବେଆଇନ ଚୋରା ଗୋ ଚାଲାଣ କରୁଥିବା ପିକଅପ ଗୁଡ଼ିକୁ ସୁରକ୍ଷା ଯୋଗାଇ ମୋଟା ପାଉଣା ନେଇ ପୋଡଶି ପଶ୍ଚିମବଙ୍ଗ ପାର କରୁଥିବା ବ୍ୟକ୍ତିକୁ ଗିରଫ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଥିବା ଲକ୍ଷ୍ୟ କରାଯାଉଛି। ଯାହାକୁ ଗୁରୁତ୍ବର ସହ ପୋଲିସ ବିଭାଗ ପକ୍ଷରୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking