ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଟ ମେସେଜିଙ୍ଗ୍ ପ୍ଲାର୍ଟଫର୍ମ । ନିଜର ଦୈନନ୍ଦିନ ଜୀବନରେ ଲୋକେ ବହୁତ ମାତ୍ରାରେ ଏହାର ବ୍ୟବହାର କରିଥାନ୍ତି । ଏଥିରେ ଆପଣ ଫଟୋ, ଭିଡିଓ, ଭିଡିଓ କଲ୍, ମେସେଜ ସହ ଅନ୍ୟାନ୍ୟ ଅଫିସ୍ କାର୍ଯ୍ୟ ମଧ୍ୟ ସହଜରେ କରି ହୁଏ । ମାତ୍ର ହ୍ୱାଟ୍ସଆପ୍ରେ କରୁଥିବା କିଛି ଭୁଲ୍ ପାଇଁ ଆପଣଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡିପାରେ । କିଛି ମାମଲାରେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅନ୍ୟମାନଙ୍କ ଦ୍ୱାରା ହେଉଥିବା ଭୁଲ୍ ଆପଣଙ୍କୁ ମହଙ୍ଗା ପଡିପାରେ । ଏଭଳି କିଛି ପୋଷ୍ଟ, କିମ୍ବା ଷ୍ଟାଟସ୍ ଯାହା ସମାଜ ଉପରେ କୁପ୍ରଭାବ ପକାଏ କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ ତେବେ ଆପଣଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ହ୍ୱାଟ୍ସଆପ୍ରେ ଅଶ୍ଳୀଳ କଣ୍ଟେଣ୍ଟ ଶେୟାର କରିବା ପରେ, ଆପଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇପାରେ । ପରେ ଏଥିପାଇଁ ଆପଣଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ । ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କ ସହ ଠକେଇ କରିବାକୁ ଚେଷ୍ଟା କଲେ ଆକାଉଣ୍ଟକୁ ବ୍ଲକ୍ କରାଯାଇପାରେ । ଜେଲ୍ ଯିବାକୁ ପଡିପାରେ । ଆପଣଙ୍କ ହ୍ୱାଟ୍ସଆପ୍ରୁ ପଠାଯାଇଥିବା ମେସେଜ ଉପରେ ଆଧାର କରାଯାଇ ପୁଲିସ ଏହା ଆଧାରରେ ମାମଲା ରୁଜୁ କରିବା ସହ ଆପଣଙ୍କୁ ଗିରଫ କରିପାରେ ।