25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶ‘ପାକିସ୍ତାନ ଗୁଳି ଚଲାଇଲେ, ପରିଣାମ ବିନାଶକାରୀ ହେବ'

‘ପାକିସ୍ତାନ ଗୁଳି ଚଲାଇଲେ, ପରିଣାମ ବିନାଶକାରୀ ହେବ’

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହୋଇଛି। ଆମେରିକାର ମଧ୍ୟସ୍ଥତାରେ ଭାରତ ସମ୍ମତି ପ୍ରକାଶ କରିଥିଲା ଏବଂ ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା। କିନ୍ତୁ ପାକିସ୍ତାନର ପୁଣିଥରେ ବିଶ୍ୱାସଘାତକତା କରିବା ଭାରତକୁ ମାତ୍ରାଧିକ ଉତ୍‌କ୍ଷିପ୍ତ କରିଦେଇଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା ରହିଥିବା ବେଳେ ଏହା ସାମ୍ନାକୁ ଆସିଛି। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ଦିଗରେ ମଧ୍ୟସ୍ଥତା କରିବାକୁ ଆମେରକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଦ୍ୱିତୀୟ ଥର ପ୍ରୟାସକୁ ମୋଦୀ ଅଗ୍ରାହ୍ୟ କରିଦେଇଛନ୍ତି। ଭାନ୍ସଙ୍କୁ ମୋଦୀ କହିଛନ୍ତି ଯେ, ପାକିସ୍ତାନ ମନେ ରଖିବା ଉଚିତ୍ ଯେ, ଭାରତୀୟ ସେନାର “ଅପରେଶନ ସିନ୍ଦୁର” ଏବେ ଶେଷ ହୋଇନାହିଁ। ଯଦି ସେମାନେ ସୀମାରେ ଗୁଳି ଚଳାନ୍ତି, ଆମେ ଏହାର ଉଚିତ୍ ଜବାବ ଦେବାକୁ ପ୍ରସ୍ତୁତ ରହିଛୁ। ଯଦି ସେମାନେ ଆକ୍ରମଣ କରନ୍ତି, ଆମେ ପାଲଟା ଆକ୍ରମଣ କରିବୁ। ଏତଦ୍‌ବ୍ୟତୀତ ମୋଦୀ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ଭାରତ କାହାରି ମଧ୍ୟସ୍ଥତା ଆବଶ୍ୟକତା କରୁନାହିଁ। ଜେଡି ଭାନ୍ସ କାଶ୍ମୀର ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବା ପାଇଁ ମୋଦୀଙ୍କ ସମ୍ମୁଖରେ ପ୍ରସ୍ତାବ ରଖିବା ସମୟରେ ମୋଦୀ ଭୀଷଣ କ୍ରୋଧିତ ହୋଇପଡିଥିବା ଭଳି ପ୍ରତୀତ ହୋଇଥିଲା।

ମୋଦୀ କାଶ୍ମୀରକୁ ନେଇ ନିଜର ଏବଂ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ କହିଥିଲେ ଯେ, ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ ପାକ୍ ଅଧିକୃତ କାଶ୍ମୀର (ପିଓକେ), ଭାରତକୁ ଫେରିବା ନେଇ କଥାବାର୍ତ୍ତା ସମ୍ଭବ ହୋଇପାରେ। ଏତଦ୍‌ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ବୋଲି ମୋଦି କହିଛନ୍ତି। ଏଥିସହିତ ମୋଦି ପ୍ରବଳ ରାଗି ଯାଇଛନ୍ତି। ସେ କହିଛନ୍ତି, ଆମେ କାହାର ମଧ୍ୟସ୍ଥତା ଚାହୁଁନୁ କି କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ। ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିବ। ସେପଟୁ ଗୁଳିମାଡ଼ ହେଲେ ଏପଟୁ ଗୋଳା ବର୍ଷିବ। ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ‘ଅପରେଶନ ସିନ୍ଦୂର’ରେ ୩ଟି ଲକ୍ଷ୍ୟ ପୂରଣ ହୋଇଛି। ପାକିସ୍ତାନର ବାହାୱଲପୁର, ମୁର୍ଦ୍ଦିକେ, ମୁଜାଫରବାଦ୍ କ୍ୟାମ୍ପ୍ ମାଟିରେ ମିଶିଛି। ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇଛି ବୋଲି କହିଛନ୍ତି ମୋଦୀ। ସିନ୍ଧୁ ନଦୀ ଚୁକ୍ତି ସହ ସୀମା ପାର ଆତଙ୍କବାଦ ଜଡ଼ିତ ଥିବା ବେଳେ ଏସବୁ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ବାତିଲ କାଏମ ରହିବ। ମନୋସ୍ତାତ୍ତ୍ୱିକ ବଜୟ ହୋଇଛି। ଘରେ ପଶି ମାରିଛୁ। ସେମାନଙ୍କ ଘରେ ପଶି ମାରିବା ଆମ ପାଇଁ ବଡ଼ ସଫଳତା। ଭାରତର ସାର୍ବଭୌମତ୍ୱ ପ୍ରତି, ଅଖଣ୍ଡତା ପ୍ରତି ତଥା ସୁରକ୍ଷା ପ୍ରତି ପାକିସ୍ତାନ ଯଦି କିଛି ବି କରେ, ତେବେ ଏହାର ପ୍ରତିକ୍ରିୟା ଅଧିକ ବିନାଶକାରୀ ଏବଂ ଶକ୍ତିଶାଳୀ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking