ମାଲକାନଗିରି: ମାଲକାନଗିରି ସୀମାରେ ଆଇଇଡି ବିସ୍ଫୋରଣ । ବିସ୍ଫୋରଣରେ ଆଇଇଡି ଆଡିଶନାଲ ଏସପି ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଛନ୍ତି । ବିସ୍ଫୋରଣରେ କୋଣ୍ଟା ଥାନା ଅଧିକାରୀ ଗୁରୁତର ଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଏସପି ସହିଦ ହୋଇଛନ୍ତି । କିଛି ଯବାନ ଓ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି । ସୁକମା ଜିଲ୍ଲା କୋଣ୍ଟା- ଏରାବୋର ରାସ୍ତାରେ ବିସ୍ଫୋରଣ ହୋଇଛି । ପାଦଚଲା ରାସ୍ତା ଦେଇ କମ୍ବିଂ ଅପରେସନରେ ବାହାରିଥିଲେ ।