ବ୍ୟୁରୋ : ଭିଜିଲାନ୍ସ ଜାଲରେ ଫସିଲେ ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟ ସିଂ । । ଆୟର୍ହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ସମୁଦାୟ ୬ଟି ସ୍ଥାନରେ ଚଢାଉ ଚାଲିଛି । ଆଜି ଭୋର ୪ଟାରେ ଏହି ଟଢାଉ ଆରମ୍ଭ ହୋଇଛି ।ଭୁବନେଶ୍ୱର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତାପୁରରେ ଥିବା ସଂପର୍କୀୟଙ୍କ ଘରେ ତଥା ଖୋଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି । ଏଥିସହ ଟିମ ସଦସ୍ୟ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଜମାପୁଞ୍ଜିର ବି ଖୋଳତାଡ କରୁଛନ୍ତି । ଗତ ୪ମାସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ୭ ଇଞ୍ଜିନିୟରଙ୍କ ଘରୁ ପୁଳାପୁଳା ପ୍ଲଟ ଓ କେଜି କେଜି ସୁନା ଜବତ କରାଯାଇଛି । ଏହା ଦେଖି ସାଧାରଣ ଲୋକଙ୍କୁ ଦୋରଦାର ଝଟକା ଲାଗିଛି ।