22.1 C
Bhubaneswar
Friday, February 13, 2026
Homeଓଡିଶାଆଇଡି ବିସ୍ଫୋରଣ: ୫ ଯବାନ ଆହତ

ଆଇଡି ବିସ୍ଫୋରଣ: ୫ ଯବାନ ଆହତ

ମାଲକାନଗିରି: ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଟେରାମ୍‌-ଗୁଡୁମ୍‌ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଛି। ଆହତ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ୧୫୩ ସିଆରପିଏଫର ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ଟେରାମ୍‌-ଗୁଡୁମ୍‌ ଗାଁ ନିକଟରେ ଥିବା ଜଙ୍ଗଲରେ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ। ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଚିନ୍ନାଗେଲୁର କ୍ୟାମ୍ପଠୁ ୫୦୦ ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking