27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଡବ୍‌ଲ୍ୟୁପିଏଲ୍ ପାଇଁ ଆଇସିସିର ଅଲଗା ୱିଣ୍ଡୋ

ଡବ୍‌ଲ୍ୟୁପିଏଲ୍ ପାଇଁ ଆଇସିସିର ଅଲଗା ୱିଣ୍ଡୋ

ଦୁବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍‌) ବ୍ୟତୀତ ଇଂଲଣ୍ଡରେ ଖେଳାଯାଉଥିବା ମହିଳା ଦ ହଣ୍ଡ୍ରେଡ୍ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆର ମହିଳା ବିଗ୍ ବ୍ୟାଶ୍ ଲିଗ୍ (ଡବ୍ଲ୍ୟୁବିବିଏଲ୍‌)କୁ ଆଇସିସି ନିଜର ଆଗାମୀ ଫ୍ୟୁଚର୍ ଟୁର୍ ପ୍ଲାନ୍ (ଏଫ୍‌ଟିପି)ରେ ଅଲଗା ୱିଣ୍ଡୋ ପ୍ରଦାନ କରିଛି। ଏହା ସହିତ ମହିଳା ଦିନିକିଆ ଚାମ୍ପିଅନ୍‌ଶିପ୍‌ର ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ମଧ୍ୟ କରିଛି। ଫଳରେ ମହିଳା କ୍ରିକେଟ୍‌ର ବୃଦ୍ଧିରେ ଅଧିକ ସହାୟତା ମିଳିପାରିବ। ୨୦୨୬ରେ ଖେଳାଯିବାକୁ ଥିବା ଡବ୍ଲ୍ୟୁପିଏଲ୍ ସିଜନ୍‌କୁ ଜାନୁଆରୀ-ଫେବୃଆରୀରେ ଅଲଗା ଭାବେ ୱିଣ୍ଡୋ ପ୍ରଦାନ କରାଯାଇଛି। ଫଳରେ ସେହି ସମୟରେ ଅନ୍ୟ କୌଣସି ଟି-୨୦ ଲିଗ୍ ମଧ୍ୟ ଆୟୋଜିତ ହେବନାହିଁ। ସେହିପରି ଡବ୍ଲ୍ୟୁବିବିଏଲ୍‌କୁ ଆଇସିସି ନିଜ ୱିଣ୍ଡୋରେ ନଭେମ୍ବରରେ ସ୍ଥାନ ଦେଇଛି। ଏହା ବ୍ୟତୀତ ମହିଳା ଦ ହଣ୍ଡ୍ରେଡ୍‌କୁ ଅଗଷ୍ଟ ମାସରେ ୱିଣ୍ଡୋ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking