22.1 C
Bhubaneswar
Friday, January 24, 2025
Homeଦେଶ ବିଦେଶଆଇଏଏସ୍ ସଞ୍ଜୀବ ହଂସଙ୍କ ୨୩ କୋଟିର ସମ୍ପତ୍ତି ଜବତ

ଆଇଏଏସ୍ ସଞ୍ଜୀବ ହଂସଙ୍କ ୨୩ କୋଟିର ସମ୍ପତ୍ତି ଜବତ

ପାଟନା: ବିହାରର ଦୁର୍ନୀତିଗ୍ରସ୍ତ ଆଇଏଏସ ଅଧିକାରୀ ସଞ୍ଜୀବ ହଂସଚ ଏବେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳଳୟ (ଇଡି) ତାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି। ସଦ୍ୟ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଇଡି ପକ୍ଷରୁ ୩ଟି ସ୍ଥାନରେ ଥିବା ସଞ୍ଜୀବଙ୍କ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ଜବତ ହୋଇଥିବା ବେଳେ ଏହାର ପରିମାଣ ୨୩ କୋଟି ୭୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ସେହିପରି ଏହାପୂର୍ବରୁ ସଞ୍ଜୟ ହଂସଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବେ ୬୦ କୋଟି ଟଙ୍କାର ଶେଆର ସହ ୭୦ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୬ କୋଟି ଟଙ୍କା ଜବତ କରାଯାଇଛି। ଏହାପରେ ଏହି ସବୁ ସମ୍ପତ୍ତିକୁ ଫ୍ରିଜ୍ କରିଦିଆଯାଇଛି। ଏହି ମାମଲାରେ ଏଯାବତ ୮୦ ଲକ୍ଷ ଟଙ୍କାର ଅଳଙ୍କାର ସିଜ୍ ହୋଇସାରିଥିବା ବେଳେ ସଞ୍ଜୟଙ୍କ ଦିଲ୍ଲୀ ଓ ପାଟଣାସ୍ଥିତ ଘରୁ ୬୫ ଲକ୍ଷ ଟଙ୍କାର କ୍ୟାସ୍ ଜବତ ହୋଇଛି। ଏଥିସହ ୧୧ ଲକ୍ଷ ମୂଲ୍ୟର ୧୩ କେଜି ଓଜନ ବିଶିଷ୍ଟ ରୂପା ବିସ୍କୁଟ, ୧କୋଟି ୨୫ ଲକ୍ଷ ଟଙ୍କା ମୂଲ୍ୟ ବିଶିଷ୍ଟ ସୁନା ବିସ୍କୁଟ ଜବତ ହୋଇଛି। ଏଥିସହ ତାଙ୍କ କର୍ମଚାରୀଙ୍କ ବାସଭବନରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ନିକଟରୁ ୧.୦୭ କୋଟି ଜବତ ହୋଇଛି।

ଏହି ଟଙ୍କା କେଉଁଠୁ ଆସିଲା ସେ ନେଇ ସଞ୍ଜୟ ହଂସ ଇଡି ଅଧିକାରୀଙ୍କୁ ସଠିକ୍ ଉତ୍ତର ଦେଇପାରିନାହାନ୍ତି। ଆଇଏଏସ୍ ସଞ୍ଜୀବ ହଂସଙ୍କର ଉତ୍ତରପ୍ରଦେଶର ନାଗପୁରରେ ୩ଟି ପ୍ଲଟ୍‌, ଦିଲ୍ଲୀରେ ଏକ ଫ୍ଲାଟ୍‌, ଜୟପୁରରେ ତିନିଟି ଫ୍ଲାଟ୍ ଜବତ କରିଛି ଇଡି। ସଞ୍ଜୀବ ହଂସ ନିଜେ ଏହି ସବୁ ସମ୍ପତ୍ତିର ମାଲିକ ହୋଇନଥିବା ବେଳେ ନିଜ ସମ୍ପର୍କୀୟ ତଥା ଷ୍ଟାଫଙ୍କ ନାମରେ ଏହି ସବୁ ସମ୍ପତ୍ତିକୁ ସେ ରେଜିଷ୍ଟର କରାଇଥିବା ତଦନ୍ତ ସମୟରେ ଜଣାପଡିଛି। ତେବେ ଇଡି ଗତ ଗତ ୩ ତାରିଖରେ ଦିଲ୍ଲୀ, ଗୁରଗ୍ରାମ, କୋଲକତା, ଜୟପୁର, ନାଗପୁରରେ ଚଢ଼ଉ କରିଥିଲା। ଗତ ୬ ତାରିଖରେ ଇଡି ପକ୍ଷରୁ ସଞ୍ଜୀବଙ୍କ ପତ୍ନୀ ମୋନା ହଂସ ଓ ତାଙ୍କ ଶଳାଙ୍କୁ ବି ପଚରାଉଚରା କରାଯାଇଥିଲା। ପାଟନାସ୍ଥିତ ଇଡି କାର୍ଯ୍ୟାଳୟରେ ଉଭୟଙ୍କୁ ପ୍ରାୟ ୩ ଘଣ୍ଟା କାଳ ପଚରାଉଚରା କରାଯାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ସମ୍ପତ୍ତି ଆଟାଚ କରାଯାଉଛି। ପ୍ରକାଶ, ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସଞ୍ଜୀବ ହଂସ ଓ ତାଙ୍କ ବିଜନେସ୍ ପାର୍ଟନର ଗୁଲାବ ଯାଦବଙ୍କୁ ଇଡି ଗିରଫ କରିସାରିଛି। ସେହିପରି ଠିକାଦାର ପ୍ରବୀଣ ଚୌଧୁରୀ ଓ ପୁଷ୍ପରାଜ ବଜାଜ ବି ଏହି ମାମଲାରେ ଗିରଫ ହୋଇଛନ୍ତି। ସମସ୍ତେ ଏବେ ପାଟନାର ବେଉର ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking