21.1 C
Bhubaneswar
Saturday, February 7, 2026
Homeଓଡିଶାଯାହା ପ୍ରତିଶୃତି ଦେଇଛି, ସବୁ ପୂରଣ କରିବି : ମୁଖ୍ୟମନ୍ତ୍ରୀ

ଯାହା ପ୍ରତିଶୃତି ଦେଇଛି, ସବୁ ପୂରଣ କରିବି : ମୁଖ୍ୟମନ୍ତ୍ରୀ

ନୂଆପଡା / ଭୁବନେଶ୍ୱର: ୩୦ ବର୍ଷ ଓଡିଶାରେ ଅଛନ୍ତି, ଓଡିଆ କହି ପାରୁନାହାନ୍ତି, କେବଳ ଇଂଲିଶ କହୁଛନ୍ତି । ଯିଏ ଓଡିଆ ଶିଖିପାରିଲେ ନାହିଁ, ସେ ଆଦିବାସୀଙ୍କ କଥା କେମିତି ବୁଝିବେ ? ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାବେଡା ପଛୁଆ ହୋଇ ରହିଯାଇଛି । ୨୪ ବର୍ଷ ଧରି ଶାସନରେ ଥିବା ସତ୍ୱେ ବିଜେଡି କାହିଁକି ଆଦିବାସୀବହୁଳ ସୁନାବେଡା ଅଂଚଳର ବିକାଶ କରିନଥିଲା ? ଆଦିବାସୀଙ୍କୁ ମୈାଳିକ ସୁବିଧା ସୁଯୋଗରୁ ବଂଚିତ ରଖିଥିଲା ବିଜେଡି ସରକାର । ନିର୍ବାଚନ ସରିଲେ ଆଉ କାହାର ଦେଖା ପାଇବେ ନାହିଁ । କେବଳ ଜୟ ଢୋଲକିଆଙ୍କୁ ଦେଖିବେ ଏବଂ ମୁଁ ନିଶ୍ଚୟ ଆସିବି । ମୁଁ ଆଦିବାସୀ ପରିବାରର, ତେଣୁ ଆଦିବାସୀଙ୍କ ଦୁଃଖକୁ ଭଲ ଭାବେ ବୁଝୁଛି ଏବଂ ଆଦିବାସୀଙ୍କ ସମସ୍ୟାର ସମାଧାନ କରିବି । ବିଜେପି ସରକାରରେ ସୁନାବେଡା ସମେତ ନୂଆପଡାର ସାମଗ୍ରିକ ବିକାଶ ହେବ ବୋଲି ଶ୍ରୀ ମାଝୀ ପ୍ରତିଶୃତି ଦେଇଛନ୍ତି ।

ନୂଆପଡା ଉପନିର୍ବାଚନରେ ପ୍ରଚାରରେ ଦି୍ୱତୀୟ ଥର ପାଇଁ ନୂଆପଡା ଆସି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋତମା ଏୟାରଷ୍ଟ୍ରିପରେ ପହଂଚିବା ପରେ ସୁନାବେଡା ଗସ୍ତ କରି ମାଁ ସୁନାଦେଇଙ୍କ ଦର୍ଶନ କରି ଆର୍ଶୀବାଦ ଲାଭ କରିଥିଲେ । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଉପାନ୍ତ ସୁନାବେଡା ଗସ୍ତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭୟାରଣ୍ୟ ଭିତରେ ବାସ କରୁଥିବା ଜନଜାତିଙ୍କ ସହ ଭାବ ଆଦାନ ପ୍ରଦାନ କରି ସେମାନଙ୍କ ସୁଃଖ ଓ ଦୁଃଖ ପଚାରି ବୁଝିଥିଲେ । ସୁନାବେଡାର ଛିନମୁଣ୍ଡି ଗାଁକୁ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଥାନୀୟ ଚୁକତିଆ ଭୁନଜିଆ ଜନଜାତିର ଶ୍ରୀ ନକୁଳ ରାମ ମାଝୀ ଏବଂ ଶ୍ରୀମତୀ ମମତା ମାଝୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ବିଲୁପ୍ତ ପ୍ରାୟ ଜନଜାତି ସଂପ୍ରଦାୟ ଚୁକତିଆ ଭୁନଜିଆ ବର୍ଗବିଶେଷ ବ୍ୟକ୍ତିଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ ।

ଅପରାହ୍ନରେ ନୂଆପଡାରୁ ଖରିଆର ରୋଡ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ଯାଇ ମଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ, ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ସାଂସଦ ମାଳବିକା ଦେବୀ, ବରିଷ୍ଠ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ଅନୁଭବ ମହାନ୍ତି, ଆକାଶ ଦାସନାୟକ, ଅଭିନନ୍ଦନ ପଣ୍ଡା, ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ହୋମ ସିଂହ ମାଝୀ, ଖାମ ସିଂହ ମାଝୀଙ୍କ ସମେତ ଅନେକ ମନ୍ତ୍ରୀ, ସାଂସଦ, ବିଧାୟକ, ଦଳୀୟ ପଦାଧିକାରୀ, ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ରୋଡ ସୋ ଅବସରରେ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡା ହୋଇ ହଜାର ହଜାର କାର୍ଯ୍ୟକର୍ତା ଓ ସ୍ଥାନୀୟ ବାସିନ୍ଦା ସ୍ୱାଗତ ଜଣାଇଥିଲେ ।

ସ୍ୱର୍ଗତଃ ରାଜୁ ଭାଇ ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାକୁ ଦଳିୟ ସଭାରେ ପରିଣତ କରି ଦେଇଥିବା ବିଜେଡି ଦଳର ନେତାମାନେ କାର୍ଯ୍ୟକ୍ରମରେ ମୋର ଯୋଗଦାନକୁ ସହ୍ୟ କରିପାରିନଥିଲେ । ମୋ ଉପସ୍ଥିତିକୁ ନେଇ ଅନେକ କଟାକ୍ଷ ମଧ୍ୟ କରିଥିଲେ । ଏପରିକି ନବୀନ ବାବୁ ଆସିଲେ ନାହିଁ କି ଢୋଲକିଆ ପରିବାରକୁ ସାମାନ୍ୟତମ ସମବେଦନା ଜଣାଇଲେ ନାହିଁ । ମାତ୍ର ନିର୍ବାଚନରେ ପ୍ରଚାର ପାଇଁ ଆସିଲେ କିନ୍ତୁ ତାଙ୍କ ଦଳୀୟ ପ୍ରାର୍ଥୀନିଙ୍କୁ ନନେଇ ଏକା ଏକା ବୁଲିଲେ । ବିଜେଡିର ବରିଷ୍ଠ ନେତା କିମ୍ବା କର୍ମୀ, କେହିହେଲେ ନବୀନ ବାବୁଙ୍କୁ ଦେଖା କରିପାରୁନାହାନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ନବୀନ ବାବୁଙ୍କ ଚଳନ୍ତି ପ୍ରତିମା ଏକା ଏକା ମଂଚ ଉପରକୁ ଚଢିଯାଇ ଭାଷଣ ଦେଉଥିଲେ । ବିଜେଡି ନେତାମାନେ ଟେଣ୍ଟ ବାନ୍ଧୁଥିଲେ ସତ, କିନ୍ତୁ ମଂଚ ଉପରେ ବସିବା ପାଇଁ ତାଙ୍କର ସାହସ ନଥିଲା । ଆସନ୍ତା ୧୪ରେ ନୂଆପଡାରେ ନିଶ୍ଚିତ ଭାବେ ପରିବର୍ତନ ହୋଇ ଟ୍ରିପଲ ଇଂଜିନ ସରକାର ଗଠନ ହେବାକୁ ଯାଉଛି । ନିଶ୍ଚିତ ଭାବେ ନୂଆପଡାର ବିକାଶ ହେବ । ଗତ ୧୬ ମାସରେ ୬ ଥର ନୂଆପଡାକୁ ଆସିଛି । ନୂଆପଡାକୁ ଆସି ଯାହା ପ୍ରତିଶୃତି ଦେଇଛି, ସବୁ ପ୍ରତିଶୃତି ପୂରଣ କରିବି । ନଭେମ୍ବର ୧୪ ରେ ନୂଆ ସୂର୍ଯ୍ୟ ଦେଖିବ ନୂଆପଡା । ନୂଆପଡାର ସାମଗ୍ରିକ ବିକାଶର ଦାୟୀତ୍ୱ ମୁଁ ନେଇଛି । ନିର୍ବାଚନ ପରେ ଜୟ ନୂଆପଡାରେ ରହି ଲୋକଙ୍କ ସେବା କରିବେ । ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଯୋଗ୍ୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରାଇବେ ନୂଆପଡାବାସୀ ବୋଲି ଶ୍ରୀ ମାଝୀ କହିଛନ୍ତି ।

ବିଜେଡି ନେତୃତ୍ୱ ତିଆରି କରିପାରିଲା ନାହିଁ, ତେଣୁ ବାହାରୁ ପ୍ରାର୍ଥୀ ଆଣି ନୂଆପଡାବାସୀଙ୍କ ଉପରେ ଜୋରଜବରଦସ୍ତ ଥୋପି ଦେଇଛି । ପରାଜୟର ଭୟ ଏବଂ ନିଜ ଡଙ୍ଗା ବୁଡି ଯାଉଥିବା ଦେଖି ବିଭ୍ରାନ୍ତ ସୃଷ୍ଟି କରୁଛି ବିଜେଡି ବୋଲି ଶ୍ରୀ ମାଝୀ କହିଛନ୍ତି । ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ ବିଜେଡିର କୈାଣସି ନେତା ଆମକୁ ସହଯୋଗ କଲାନାହିଁ । ଶ୍ରଦ୍ଧାଞ୍ଜଳୀ ସଭାରେ ଆମକୁ ଅଣଦେଖା କରାଗଲା; ଯାହାକି ମୋତେ, ମୋ ମାଁଙ୍କୁ ଏବଂ ଆମ ପରିବାରକୁ କଷ୍ଟ ଦେଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆମକୁ ଆଶ୍ୱାସନା ଦେବା ସହିତ ଆମ ପରିବାର ସହିତ ଅଛନ୍ତି ବୋଲି କହିଥିଲେ ଏବଂ ରହିଲେ । ଯେଉଁ ବିଜେଡି ଦଳ ନିଜ ପୁରୁଣା ନେତାଙ୍କୁ ଚିହ୍ନି ପାରିଲା ନାହିଁ, ସେ ଦଳ କେମିତି ଲୋକଙ୍କର ହେବ, ନୂଆପଡାବାସୀଙ୍କ ହେବ ବୋଲି ପ୍ରଶ୍ନ କରିବା ସହିତ ମୁଁ ଆପଣଙ୍କ ସହିତ ଥିଲି, ରହିଛି ଏବଂ ରହିବି ବୋଲି ଶ୍ରୀ ଢୋଲକିଆ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking