16.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶମୁଁ ଖୁବଶୀଘ୍ର ଫେରୁଛି: ଶେଖ୍ ହସିନା

ମୁଁ ଖୁବଶୀଘ୍ର ଫେରୁଛି: ଶେଖ୍ ହସିନା

ଢାକା: ‘ଆଲ୍ଲାହ ମୋତେ ଏକ କାରଣ ପାଇଁ ଜୀବିତ ରଖିଛନ୍ତି, ମୁଁ ଖୁବଶୀଘ୍ର ବାଂଲାଦେଶ ଆସୁଛି।’ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ୭୭ ବର୍ଷୀୟା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ହସିନା କହିଛନ୍ତି, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଏପରି ଜଣେ ବ୍ୟକ୍ତି ଯିଏ ତାଙ୍କ ଜୀବନରେ କେବେ କାହାକୁ ଭଲ ପାଇନାହାନ୍ତି। ସେ କେବେ ବାଂଲାଦେଶ କିମ୍ବା ବାଂଲାଦେଶୀଙ୍କୁ ସ୍ନେହ, ପ୍ରେମ ଆଦର କରିନାହାନ୍ତି। ଏଭଳି ମଣିଷ କେବେହେଲେ ଦେଶର ମଙ୍ଗଳ ଚିନ୍ତା କରିପାରିବନି। ଏକଦା ବିକାଶର ଏକ ମଡେଲ ଭାବରେ ଦେଖାଯାଉଥିବା ବାଂଲାଦେଶକୁ ଆଜି ଏକ “ଆତଙ୍କବାଦୀ ଦେଶରେ ପରିଣତ କରିଦିଆଯାଇଛି। ତେବେ ବାଂଲାଦେଶବାସୀ ଏହି ସତ୍ୟକୁ ବୁଝିବା ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ବୁଝିପାରିଛନ୍ତି।

ଆଲ୍ଲାହ ବୋଧହୁଏ ଏକ ମହତ୍ କାରଣ ପାଇଁ ତାଙ୍କୁ (ଶେଖ୍ ହସିନା ନିଜେ) ଜୀବିତ ରଖିଛନ୍ତି। ବାଂଲାଦେଶ ଏବଂ ବାଂଲାଦେଶୀଙ୍କ ପାଇଁ ବୋଧହୁଏ ଆହୁରି ଅନେକ କିଛି କାମ କରିବା ବାକି ରହିଛି। ଆଲ୍ଲାହଙ୍କ ଏହି ଇଙ୍ଗିତକୁ ସାକାର କରିବା ପାଇଁ ସେ ଖୁବଶୀଘ୍ର ବାଂଲାଦେଶ ଫେରିବେ। ହସିନାଙ୍କ କହିବାନୁସାରେ ଖୁବଶୀଘ୍ର ସେହି ଦିନ ଆସିବ” ଯେତେବେଳେ ଆୱାମୀ ଲିଗ୍ ସଦସ୍ୟଙ୍କୁ ଟାର୍ଗେଟ୍ କରିଥିବା ଲୋକମାନଙ୍କ ବିଚାର କରାଯିବ। ଏଠାରେ ଏବେ ପ୍ରତିଦିନ ହତ୍ୟାକାଣ୍ଡ ଘଟୁଛି, କିନ୍ତୁ ସରକାର ଏଥିପ୍ରତି ଚିନ୍ତା କରୁନାହାଁନ୍ତି। ବାଂଲାଦେଶରେ ସାମ୍ବାଦିକ ଏବଂ ଓକିଲମାନଙ୍କୁ କହିବାକୁ ନିଷେଧ କରାଯାଇଛି। ଏପରି ଲୋକଙ୍କ ବରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ୟୁନୁସଙ୍କୁ ସରକାରୀ ଟଙ୍କା ବ୍ୟବହାର କରି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବାର ଅଭିଯୋଗ କରିଛନ୍ତି। ପ୍ରକାଶ, ଦେଶବ୍ୟାପୀ ଆନ୍ଦୋଳନ ପରେ କ୍ଷମତାରୁ ବହିଷ୍କୃତ ହେବା ପରେ ଭାରତ ପଳାଇ ଆସିଥିବା ଆୱାମୀ ଲିଗ୍ ଅଧ୍ୟକ୍ଷା ସୋସିଆଲ ମିଡିଆରେ ତାଙ୍କ ଦଳର ନେତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସମୟରେ ଏହି ମନ୍ତବ୍ୟ ଦେଇଥିଲେ।

ଆୱାମୀ ଲିଗ କର୍ମୀଙ୍କ ପ୍ରଶ୍ନର ଉତ୍ତରରେ, ହସିନା କହିଥିଲେ, “ମୁଁ ଏବେ ଜୀବିତ ଅଛି ଏହାର ଅର୍ଥ ମୁଁ ଶୀଘ୍ର ବାଂଲାଦେଶ ଆସିବି। ଦୟାକରି ସମସ୍ତେ ଧର୍ଯ୍ୟ ରଖନ୍ତୁ। ଆପଣ ନ୍ୟାୟ ପାଇବେ। ଆପଣଙ୍କୁ ଯିଏ ମାରିବାକୁ ଆସୁଛି, ତାକୁ ଖୋଜାଖୋଜି କରି ବାହାରକୁ ଅଣାଯିବ। ଆଲ୍ଲାହଙ୍କ ଘରେ ବିଳମ୍ବ ଅଛି, କିନ୍ତୁ କୌଣସି ଅନ୍ୟାୟ ନାହିଁ। ଏହି ସମୟରେ, ସେ ଆୱାମୀ ଲିଗ କର୍ମୀଙ୍କଠାରୁ ବାଂଲାଦେଶ ବିଷୟରେ ମଧ୍ୟ ସୂଚନା ନେଇଥିଲେ। ହସିନା ଏହି ଅବସରରେ କହିଛନ୍ତି ଯେ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କେବଳ ନିଜ ପାଇଁ ବଞ୍ôଚଛନ୍ତି। କ୍ଷମତାର ଲାଳସା ତାଙ୍କୁ ଅନ୍ଧ କରିପକାଇଛି, ଯାହାର ପରିଣାମ ସ୍ୱରୂପ ଆଜି ବାଂଲାଦେଶ ନିୟମିତ ରୂପେ ଜଳୁଛି। ନିଜ କଥା ଆଳରେ ହସିନା କହିଥିଲେ ଯେ, ଯେଉଁମାନେ ଏହି ଅପରାଧ କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ। ଏହା ତାଙ୍କର ପ୍ରତିଜ୍ଞା। ସୂଚନାଯୋଗ୍ୟ, ହସିନାଙ୍କ ଏପ୍ରକାର କଡ଼ା ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରୁଛି। ବିମଷ୍ଟେକ ଶିଖର ସମ୍ମିଳନୀ ସମୟରେ ସେମାନଙ୍କ ବୈଠକରେ, ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତ୍ୟର୍ପଣ ଅନୁରୋଧର ସ୍ଥିତି ବିଷୟରେ ପଚାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking