ଭୁବନେଶ୍ୱର : ଗୃହରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନାହିଁ । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ହୁଇସିଲ ବଜାଇ ପ୍ରତିବାଦ କରିଛି । ଏହାରି ପରେ ବାଚସ୍ପତି ହୁଇସିଲ ନ ବଜାଇବା ପାଇଁ ଅନୁରୋଧ କରିଥିଲେ । ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଛି । ବାରମ୍ବାର ଏଭଳି ହଚ୍ଚଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢୀକୁ ଗୃହକୁ ୧୨ ଟା ଯାଏଁ ମୁଲତବି କରିଛନ୍ତି ।