35.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶମୋର ଭିତରେ ଆତ୍ମବିଶ୍ୱାସ ଥିଲା : ମନୀଷ ସିସୋଦିଆ

ମୋର ଭିତରେ ଆତ୍ମବିଶ୍ୱାସ ଥିଲା : ମନୀଷ ସିସୋଦିଆ

ନୂଆଦିଲ୍ଲୀ : ୧୭ ମାସ ପରେ ଅଗଷ୍ଟ ୯ ତାରିଖରେ ଦିଲ୍ଲୀର ମଦ ନୀତି ମାମଲାରେ ଜେଲରୁ ମୁକ୍ତ ହୋଇଥିବା ମନୀଷ ସିସୋଦିଆ ତାଙ୍କର ପ୍ରଥମ ସାକ୍ଷାତ୍‌କାର ଦେଇଛନ୍ତି। ସେ ଇଣ୍ଡିଆ ଟୁଡେ ଟିଭିର କାର୍ଯ୍ୟନିର୍ବାହୀ ସମ୍ପାଦକ ପ୍ରୀତି ଚୌଧୁରୀଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର କହିଛନ୍ତି ‌ଯେ ସେ କେବେ ଭାବିନଥିଲେ କି ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବାକୁ ବୋଲି। ମନୀଷ ସିସୋଦିଆ କହିଛନ୍ତି, “ମୋର ଭିତରୁ ଆତ୍ମବିଶ୍ୱାସ ଥିଲା। କାରଣ ରାଜନୀତିରେ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣିବା ଏକ ସ୍ୱାଭାବିକ କଥା। ତଥାପି ମୁଁ ଏହା ବି ଭାବୁଛି ଯେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପଛରେ ଏକ କାରଣ ରହିବା ଆବଶ୍ୟକ। ସେ କହିଛନ୍ତି ଯେ ‘‘ଯେତେବେଳେ ଜଣେ ସକ୍ରିୟ ରାଜନୀତିରେ ପ୍ରବେଶ କରେ; ଯେଉଁଥିରେ ଉଦ୍ଦେଶ୍ୟ ହେଉଛି ସଂସ୍କାର ଆଣିବା, ଦୁର୍ନୀତି ବିରୋଧରେ ଲଢ଼ିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏକ ସ୍ଥାନ ସୃଷ୍ଟି କରିବା। ସେତେବେଳେ “ରେଡ୍ କାର୍ପେଟ୍ ସ୍ୱାଗତ” ପାଇବାକୁ କେବେ ଆଶା କରିବା ଉଚିତ୍ ନୁହେଁ। ମୁଁ ମାନସିକ ସ୍ତରରେ ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରସ୍ତୁତ ଥିଲି। ତଥାପି ମୁଁ ଭାବି ନଥିଲି ଯେ ମୋତେ ୧୭ ମାସ ପର୍ଯ୍ୟନ୍ତ ମଦ ନୀତି ମାମଲାରେ ଜେଲ୍‌ରେ ରହିବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking